ଅବହେଳିତ ଅବସ୍ଥା, ” ପାଞ୍ଚ “ନମ୍ବର ୱାର୍ଡ ସଭ୍ୟ l


ଅସ୍ତରଙ୍ଗ୫/୮, ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତ ର ଉନ୍ନତୀ କରଣ ଉପରେ ଦୃଷ୍ଟି ଦେବାକୁ ପ୍ରତ୍ୟେକ ବ୍ଲକ ପ୍ରଶାସନ କୁ ନିର୍ଦ୍ଧେଶ ଦେଇଛନ୍ତି ମାତ୍ର ପଞ୍ଚାୟତରାଜ ବ୍ୟବସ୍ଥା ରେ ବ୍ଲକ ପ୍ରଶାସନ ଏଥି ପ୍ରତି କେତେ ଦାୟିତ୍ୱ ସମ୍ପର୍ଣ୍ଣ ତାହା ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ର ଭୂଗୋଳ ବୟାନ କରୁଛି, ମୁଖ୍ୟତଃ ଅସ୍ତରଙ୍ଗ ପଞ୍ଚାୟତ ୫ ନମ୍ବର ୱାର୍ଡ ସଭ୍ୟ ମନୋଜ ବିଶ୍ୱାଳ ଙ୍କ ବାସଗୃହ ସମ୍ମୁଖରେ ଜମିରହୁଛି ବର୍ଷା ଓ ନର୍ଦ୍ଧମା ଜଳ, ଯାହା ଫଳରେ କି ଏହି ସ୍ଥାନରେ ଯାବତୀୟ ସଂକ୍ରମଣ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି, ବର୍ଷା ଦିନରେ ସାପ୍ତାହିକ ହାଟ କୁ ଏହି ରାସ୍ତା ରେ ଅନେକ ଲୋକ ଯାତାୟାତ କରୁଥିବା ବେଳେ ବର୍ତ୍ତମାନ ସେହି ରାସ୍ତା ର ଅବ୍ୟବସ୍ଥା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ, ସେଠି ବସବାସ କରୁଥିବା ସ୍ଥାନୀୟ ଲୋକ ଏହି କାରଣ ରୁ ଅନେକ ଅସୁବିଧା ମଧ୍ୟ ସୃଷ୍ଟି ହେଉଛି, ଏହି ଘଟଣା ଉପରେ ୫ ନମ୍ବର ୱାର୍ଡ ସଭ୍ୟ ମନୋଜ ବିଶ୍ୱାଳ ଙ୍କ ମତାମତ ନେବା ପରେ ସେ କହିଛନ୍ତି ଅନେକ ଥର ଆମେ ବିଭିନ୍ନ ବ୍ଲକ ଅଧକ୍ଷ ଙ୍କୁ ଜଣାଇଲା ପରେ ମଧ୍ୟ ଏହି ରାସ୍ତା ର ଅବସ୍ଥା ରେ ପରିବର୍ତ୍ତନ ହେଉନାହିଁ, ପଲ୍ଲୀ ସଭା ରେ ଆଲୋଚନା ମଧ୍ୟ ବିଫଳ ହୋଇଛି, କୌଣସି ରାଜନୈତିକ ଚକ୍ରାନ୍ତ ମଧ୍ୟ ମୋ ପଛରେ ଥାଇ ପରେ, ଅନେକ ଦୃଶ୍ୟହୀନ କାରଣ ନେଇ ଆଜି ଆମ ୱାର୍ଡ ର ଏହି ରାସ୍ତା ମରଣଜନ୍ତା ପାଲଟିଛି, ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାକୁ ମରାମତି କରାଇଲେ ଆଗାମୀ ଦିନ ରେ ୫ ନମ୍ବର ୱାର୍ଡ ବାସୀ ଚିର ଋଣୀ ହେବେ l