Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଶନ୍ନ ମରୁଡିର ଦ୍ଵାର ଦେଶରେ ଅସ୍ତରଙ୍ଗ, ପାଣି ଯୋଗାଇ ଦେବାକୁ ଶାସନ ସଚିବ ଙ୍କୁ କଂଗ୍ରେସ ର ଦାବି l

ଅସ୍ତରଙ୍ଗ, ଖରିଫ ଧାନ ଚାଷ ସମୟରେ ଶୁଖିଲା ପଡ଼ିଛି ଚାଷ ଜମି। ବର୍ଷାକୁ ଅପେକ୍ଷା କରି ଚାଷୀ ହତାଶ ହେଲେଣି।କେନାଲ ପାଣିର ଦେଖା ନାହିଁ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ୧୫ ଗୋଟି ପଞ୍ଚାୟତରେ ଆସନ୍ନ ମରୁଡିର ପଦଧ୍ଵନି ଦେଖାଗଲାଣି।ଶତାଧିକ ଏକର ଚାଷ ଜମି ଫାଟି ଆଁ କଲାଣି। ଧାନ ତଳି ଏବେ ଉଜୁଡ଼ିବା ଆରମ୍ଭ ହେଲାଣି। ବ୍ଲକ ଅନ୍ତର୍ଗତ ସର୍ବ ବୃହତ ମେଘାପାଟ ଗହିର ସହ ହିରଦେଇପୁର, ଟିମର , କଣ୍ଟାପଡ଼ା ପ୍ରଭୃତି ଗହିରରେ ମରୁଡି ପରିସ୍ଥିତି। ଅସ୍ତରଙ୍ଗ ତଳ ମୁଣ୍ଡକୁ କେନାଲ ପାଣି ଯାଉନି। କଟକ, ଜଗତସିଂହପୁର ଜିଲ୍ଲାର କଣ୍ଟାପଡ଼ା, ନିଆଳୀ, ନାଉଗାଁ ଓ ପୁରୀ ଜିଲ୍ଲାର ନିମାପଡ଼ା, କାକଟପୁର, ଅନ୍ତରଙ୍ଗ ବ୍ଳକ ଅଞ୍ଚଳର ପ୍ରାୟ ୯୦ ପ୍ରତିଶତ ଚାଷଜମି ଶୁଖିଲା ପଡ଼ିଛି। ବିଶେଷ କରି ଅସ୍ତରଙ୍ଗ ବ୍ଳକର ସବୁ ପଞ୍ଚାୟତର ଚାଷ ଜମି ଶୁଖିଲା।ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ଅଗ୍ରଗତି କରି ପାରୁନାହିଁ । ଚାଷୀକୁଳ ବହୁ ଦୁଶ୍ଚିନ୍ତାରେ। ଜଳସେଚନ ପାଇଁ କେନାଲ ସୁବିଧା ଥିଲେ ମଧ୍ୟ ଅଦ୍ୟାବଧି ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ । ଅନେକ ସ୍ଥାନରେ କେନାଲ ସଫେଇ କାର୍ଯ୍ୟ ଏବେ ବି ଚାଲିଛି । କେନାଲ ପାଣିରେ ଭାଷି ଆସୁଥିବା ପ୍ରଚୁର ଦଳ ଯୋଗୁଁ ତଳମୁଣ୍ଡର ୧୦ କିଲୋମିଟର ବ୍ୟାପୀ କେନାଲରେ ପାଣି ଯାଇ ପାରୁନାହିଁ । ଏବେ ବି ଉପରମୁଣ୍ଡରୁ ଯେଉଁ ପରିମାଣର ପାଣି ଆସୁଛି ତାହା ସମୁଦ୍ରକୁ ଶଙ୍ଗେ । ଏହି ପରିସ୍ଥିତିର ଆଶୁ ସମାଧାନ ପାଇଁ କଂଗ୍ରେସ ପକ୍ଷରୁ ସର୍ବ ଭାରତୀୟ କିଶାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ପୁରୀ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଅମିୟ କୁମାର ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିକାଶ ବିଭାଗ ଏବଂ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଆଜି ଏକ ଦାବିପତ୍ର ଦେଇଛନ୍ତି। ଚାଷୀମାନଙ୍କ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ କାକଟପୁର ବ୍ରାଞ୍ଚ କେନାଲ ପ୍ରତାପନଗରୀ ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ କେନାଲରେ ଯେତେଦୂର ସମ୍ଭବ ଦେଢ଼ ମିଟର ଉଚ୍ଚତାରେ ପାଣି ଯୋଗାଇବା, ଯୁଦ୍ଧକାଳୀନ ଭିତ୍ତିରେ କେନାଲର ଅସମ୍ପୂର୍ଣ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କେନାଲ ପାଣିକୁ ଦଳମୁକ୍ତ, ଯେଉଁଠି କେନାଲ ଦୁର୍ବଳ ରହିଛି ସେହି ସବୁ ସ୍ଥାନଗୁଡ଼ିକୁ ସ୍ବତନ୍ତ୍ର ଧ୍ୟାନ ଦେବା ଓ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକୁ ସଚଳ କରାଯିବା ସହିତ ଆବଶ୍ୟକ ଥିବା ସ୍ଥାନଗୁଡ଼ିକରେ ନୂତନ ଉଠା ଜଳସେଚନ ପଏଣ୍ଟ ସ୍ଥାପନ କରିବାକୁ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ପଟ୍ଟନାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଯଦି ଏହି ସମସ୍ୟାର ଆଶୁ ସମାଧାନ କରାନଯାଏ ତେବେ ସଂପୃକ୍ତ ଅଞ୍ଚଳର କଂଗ୍ରେସ ନେତୃବୃନ୍ଦଙ୍କ ନେତୃତ୍ୱରେ ସମସ୍ତ କର୍ମୀ ଓ ଚାଷୀମାନଙ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ