Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିଜନ ନାଁ ବାଳିକାକୁ ଅସଦାଚରଣ ମାମଲାରେ ଅବିଯୁକ୍ତକୁ ଗିରଫ ଦାବି l

ଅସ୍ତରଙ୍ଗ ୭ / ୮ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଓସିଆଁ ଗ୍ରାମରେ ଜଣେ ହରିଜନ ବାଳିକା (୧୮ ) ବର୍ଷ କୁ ଏକୁଟିଆ ଦେଖି ଟଣା ଓଟରା କରିଥିବା ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସୂଚନା ମୁତାବକ ୨୮/ ୭ ରିଖ ଘର ପାଖ ନଈ ପାଖରେ ଲଙ୍କା ତୋଳିବାକୁ ଯାଇଥିବା ବାଳିକା କୁ ସେହି ଗ୍ରାମର ପ୍ରତାପ ଜେନା (୬0) ଏକୁଟିଆ ର ସୁଯୋଗ ନେଇ ବାଳିକା କୁ ଟଣା ଓଟରା କରିଥିବା ସ୍ଥଳେ ଟଙ୍କା ର ପ୍ରଲୋଭନ ଦେଖାଇ ଥିଲେ। ସେ ସ୍ଥାନରୁ ଖସି ବାଳିକା ଘର ଲୋକଙ୍କୁ ଆସି କହିଲା ଘର ଲୋକ ଗ୍ରାମ ର ମୁଖିଆ ଙ୍କୁ ଘଟଣା ସମ୍ପର୍କ ରେ ଅବଗତ କରାଇଥିଲେ। ମୁଖିଆ କମିଟି ମାଧ୍ୟମରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇ ଆଲୋଚନା ଚାଲୁଥିବା ସମୟ ରେ ଅଭିଯୁକ୍ତ ଉକ୍ତ ସ୍ଥାନ ରୁ ଉଠି ମୋତେ ମୋର ଜାତି ( ଧୋବଣୀ ) କୁ ଆକ୍ଷେପ କରି କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୋର ବାପା ଓ ମା ସେଠାରେ ଉପସ୍ଥିତ ଥିଲେ ତାଙ୍କୁ ମଧ୍ୟ୍ୟ ବହୁ ଅଧର୍ଯ୍ୟ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ୍ୟ କରି ଥିଲେ। ସେଠାରୁ ନିରାଶ ହୋଇ ଅସ୍ତରଙ୍ଗ ଥାନରେ ୩0/ ୭ ରେ ଦ୍ୱାରସ୍ତ ହୋଇଥିଲେ। ଥାନା ଅଧିକାରୀ ୧୫୯/ ୨0୨୫ ରେ ମାମଲା ରୁଜୁକରି ଚୁପ୍ ହୋଇ ରହିଗଲେ। ଅଭିଯୁକ୍ତ ନାମରେ ସଙ୍ଗିନୀ ଦଫା ଲାଗିଥିବା ବେଳେ ସେ କିପରି ଗ୍ରାମରେ ଖୁଲମ ଖୋଲା ଘୁରି ବୁଲୁଛି। ତାହା ପୀଡିତା ଙ୍କୁ ବହୁ ବ୍ୟତିଥ କୁରୁଥିବା ପୀଡିତା ଙ୍କ ବାପା ପ୍ରକାଶ କରିଛନ୍ତି। ଦୀର୍ଘ ୯ ଦିନ ରୁ ଅଧିକ ଦିନ ବିତିଥିଲେ ମଧ୍ୟ୍ୟ ଅଭିଯୁକ୍ତ କୁ ଗିରଫ କରିବା ଦାବିରେ ବିଜୁ ଜନତା ଦଳ ଏକ ଶୋଭାଯାତ୍ରା ବ୍ଲକ୍ ବିଜୁ ଜନତା ଦଳ ସଭାପତି ପଞ୍ଚାନନ ସ୍ୱାଇଁ ଙ୍କ ନେତୃତ୍ୱ ରେ ଯୁବ ନେତା ତଥା ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ବିଧାୟକ ପ୍ରତିନିଧି ଭୀମସେନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ, ପୁରୀ ନିମାପଡା ସମବାୟ ନିର୍ଦେଶକ କୁଞ୍ଜ ବିହାରୀ ପ୍ରଧାନ, ବରିଷ୍ଠ ନେତା ଗଦାଧର ବିଶ୍ୱାଳ, ଯୁବ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ,ପୂର୍ବତନ ବ୍ଲକ୍ ସଭାପତି ସାଇରଞ୍ଜନ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଧାରଣାରେ ବସିଥିଲେ। ଧାରଣା ସ୍ଥଳରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ପହଂଚି ଧାରଣରେ ସାମିଲି ହୋଇଥିଲେ। ଧାରଣା ସ୍ଥଳରେ ନିମାପଡା ଉପ ଅଧିକ୍ଷକ ଜନାର୍ଦନ ପାଢ଼ୀ ପହଂଚି ଅଭିଯୁକ୍ତ କୁ ଗିରଫ କରିବା ଓ ଆଇନି ଅନୁଯାଇ ସମସ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା ଏବଂ ପୀଡିତା ର ବାପା ଓ ସାକ୍ଷୀର ବୟାନ ନିମାପଡା ଉପ ଅଧିକ୍ଷକ ଶ୍ରୀଯୁକ୍ତ ପାଢ଼ୀ ଓ ଥାନା ନିରୀକ୍ଷକ ରାଜେଶ ବଳିୟାରସିଂ ରେକର୍ଡ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ