Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା ରେ ଦୁଇ ଆହତ

ଲକ୍ଷ୍ମୀପୁର ୦୮/୦୮ .
ଲକ୍ଷ୍ମୀପୁର ବଜାର ମଝି ଦେଇ ଦୃତ ଗତିରେ ଯାଉଥିବା ଏକ ବାଇକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇ  ଥିବା ବେଳେ ବାଇକ ଚାଳକ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଆଦିବାସୀ ସାହିର   ପ୍ରେମା ମିଣିଆକା ଓଳିଆ ଆବର୍ଜନା ଧରି ରାସ୍ତା ପାର ହଉଥିବା ବେଳେ ମୋଟର ସାଇକେଲ ସହ ଧକ୍କା ହୋଇଥିଲା।
ଦୁର୍ଘଟଣା ଘଟିବା ପରେ ଯୁବକ ଜଣକ ରାସ୍ତା ମଝିରେ ପଡ଼ି ରହିଥିବା ବେଳେ ବଜାର ମଝିରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।ଏଥି ସହ ବାଇକ ଚାଳକଙ୍କ ଆଖି ଉପରେ ଆଘାତ ହୋଇଥିବା ବେଳେ ଦୁହିଁଙ୍କୁ କିଛି ଲୋକ ଏକ ଅଟୋ ଗାଡ଼ିରେ ନେଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ।ଏହି ଘଟଣା ଲକ୍ଷ୍ମୀପୁର ପୋଲିସ ପାଇଁ ଏକ ଶିକ୍ଷା ହୋଇଥିବା ବେଳେ ଦୁର୍ଘଟଣା କୁ ରୋକିବାକୁ ହେଲେ ତୁରନ୍ତ ଦୃତ ଗତିରେ ଚଳପ୍ରଚଳ କରୁଥିବା ବାଇକ ଚାଳକଙ୍କ ଉପରେ ପୋଲିସ ପ୍ରଶାସନ ଲଗାମ ଲଗାଇବାକୁ ସବୁ ମହଲରେ ଦାବି ହୋଇଛି।ଅପର ପଟେ ବଜାର ଉପରେ ଅନେକ ଯାନବାହାନ ନିୟମ ଭାଙ୍ଗି ମନଇଚ୍ଛା ସ୍ଥାନରେ ଅଟକି ରହୁଥିବା ବେଳେ ପୋଲିସ ପ୍ରଶାସନ ଦ୍ୱାରା କାର୍ଯ୍ୟନୁଷ୍ଠାନ ନେବାକୁ ମଧ୍ୟ ଦାବୀ କରାଯାଇଛି। ବ୍ଲକ ସଦରରେ ଦିନକୁ ଦିନ ବାଇକ ଚାଳକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି।ଫଳରେ ଲକ୍ଷ୍ମୀପୁର ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବାଇକ ଚାଳକ ପୁରା ବେଫିକର ହୋଇପଡିଛନ୍ତି।ପୋଲିସ କେବଳ ହେଲମେଣ୍ଟ ଚେକିଙ୍ଗ କରିକି ଛାଡି ଦେଲେ ବାକି ବାଇକ ଚାଳକ ମାନଙ୍କ ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛି।ଫଳରେ ସାଧାରଣ ଜନତା ବାଇକ ଚାଳକଙ୍କ ଉତ୍ପାତ ର ଶିକାର ହେବାକୁ ପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ