Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକଙ୍କ ହିତ ରେ ମୋହନ ସରକାର, ଏ ସରକାର ବଡ ବଡିଆ ଙ୍କ ନୁହେଁ….ଖଣି ଅଞ୍ଚଳ ର ଲୋକଙ୍କ ସ୍ୱାର୍ଥ କୁ ପ୍ରଥମେ ପ୍ରାଥମିକତା, ବିଭୁତି ଜେନା, ଖଣି ମନ୍ତ୍ରୀ

ଲକ୍ଷ୍ମୀପୁର ୦୮/୦୮ ..ଆସନ୍ତା କାଲି ଜୟପୁର ଠାରେ ସୁଭଦ୍ରା ଯୋଜନା ର  କିସ୍ତି ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସୁଥିବା ବେଳେ ଖଣି ମନ୍ତ୍ରୀ ବିଭୁତି ଜେନା କୋରାପୁଟ ଗସ୍ତ ରେ ଆସିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ବିଭୁତି ଜେନା  କୋରାପୁଟ ଯାଉଥିବା ବେଳେ ଲକ୍ଷ୍ମୀପୁର ଠାରେ ବିଜେପି ଦଳୀୟ କର୍ମୀ ଙ୍କ ତରଫରୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ପୂର୍ବତନ ବିଧାୟକ କୈଳାଶ କୁଲେସିକା, ମନୋଜ ସାହୁ, ଦେବ ଖରା, ଅଜୟ ଖରା, ଉଦୟ ହିକକା ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ମନ୍ତ୍ରୀ ଙ୍କ ଗସ୍ତ  କାର୍ଯ୍ୟକ୍ରମ ଜାଣି  ଆଞ୍ଚଳିକ ବିକାଶ ପରିଷଦ ର ବିଦ୍ୟାରତ୍ନ ଚୌଧୁରୀ ଡଉଲ ରତ୍ନ ଚୌଧୁରୀ,ରାଜେନ୍ଦ୍ର ଦୁରିଆ, ନୀଳକୋଣ୍ଠ ଝୋଡ଼ିଆ,
ପୁର୍ଣ ଚୌଧୁରୀ ଓ କୋଡୀଙ୍ଗା ମାଳି ସୁରକ୍ଷ  ମଞ୍ଚ ର
ସୁଧାକର ବାଘ,ଅଗସ୍ତି ହାଲବା,ବିପିନ ମାଣ୍ଡିଙ୍ଗା, ଦାମୋଦର ବିଡ଼ିକା, ସହଦେଵ ବିଡ଼ିକା  ଙ୍କ ସମତେ ଅନେକ ବ୍ୟକ୍ତି ଉପସ୍ଥିତ ରହି କୋଡୀଙ୍ଗା ମାଳି ର ଖଣି ଖନନ ୩ ମିଲିଅନ ଟନ ରୁ ୬ ମିଲିଅନ ଟନ ସକାଶେ ବର୍ଦ୍ଧିତ କରିବା ସକାଶେ ଯେଉଁ ପ୍ରକ୍ରିୟା ଚାଲିଛି ତାହାକୁ ବନ୍ଦ କରିବା ସକାଶେ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ।ମନ୍ତ୍ରୀ ସିଧାସଳଖ ଭାବେ କହିଥିଲେ ମୋହନ ମାଝୀ ଙ୍କ ସରକାର ସାଧାରଣ ଲୋକଙ୍କ ସରକାର,  ବଡ ବଡିଆ ଙ୍କ ସରକାର ନୁହେଁ,ଖଣି ଅଞ୍ଚଳ ର ଲୋକଙ୍କ ସ୍ୱାର୍ଥ କୁ ପ୍ରଥମେ ପ୍ରାଥମିକତା  ଦିଆଯିବ, ଖଣି ପ୍ରଭାବିତ ଅଂଚଳ ର ଲୋକେ ଯଦି ବର୍ଦ୍ଧିତ କରିବା ସକାଶେ ଚାହାଁନ୍ତି ନାହିଁ ସେଥିପାଇଁ ଜନଶୁଣାଣୀ କରାଯିବ ବୋଲି ସୂଚାଇଛନ୍ତି। ମନ୍ତ୍ରୀ ଙ୍କ ଏପରି ଉତ୍ତର ଶୁଣି ଉପସ୍ଥିତ ଲୋକେ ଉତ୍ସାହିତ ହୋଇଥିଲେ।ଅନ୍ୟ ପକ୍ଷରେ କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ ର ଆବାହକ କହିଥିଲେ ଏଠାରେ ବେଦାନ୍ତ କମ୍ପାନୀ କାରଖାନା କରିବା ସକାଶେ ଅଗ୍ରଗତି ହୋଇଛି, ତେଣୁ ଦୀର୍ଘ ମିୟାଦି ଯୋଜନା ରେ ବକ୍ସାଇଟ ଆବଶ୍ୟକ, ଯଦି ଖଣି ଖନନ  ବର୍ଦ୍ଧିତ କରାଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।ଏହା ସମ୍ପୂର୍ଣ ଭାବେ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବା କାରଣରୁ ଲକ୍ଷ୍ମୀପୁର ଶିଶୁ ମନ୍ଦିର କୁ ଅନୁଦାନ ପ୍ରଦାନ କରିବା ସକାଶେ ଲିଖିତ ଭାବେ ଅଭିଯୋଗ ଦିଆଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ