Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜକୁ ବରବାଦ୍ କରୁଛନ୍ତି ଟ୍ରମ୍ପ” : ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ବୟାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କକୁ ନେଇ ସାରା ବିଶ୍ୱରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନେକ ଦେଶ ତାଙ୍କ ଶୁଳ୍କକୁ ସମାଲୋଚନା କରୁଥିବାବେଳେ ଅନେକ ଅର୍ଥନୀତିଜ୍ଞ ଏହାକୁ ଏକ ବଡ଼ ବିପଦ ବୋଲି କହୁଛନ୍ତି । ଏହା ପରେ ମଧ୍ୟ ଟ୍ରମ୍ପ ଶୁଳ୍କକୁ ନେଇ ତାଙ୍କର ମନୋଭାବ ପରିବର୍ତ୍ତନ କରୁଥିବା ପରି ମନେ ହେଉନାହିଁ।

ସମ୍ପ୍ରତି ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଭ୍ ହାଙ୍କେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ବାଣିଜ୍ୟ ଯୁଦ୍ଧ କରି ନିଜକୁ ନିଜେ ବର୍ବାଦ କରୁଛନ୍ତି । ସେ ଭାରତ ଉପରେ ଟ୍ରମ୍ପଙ୍କ ୫୦% ଶୁଳ୍କକୁ “ସମ୍ପୂର୍ଣ୍ଣ ଅବମାନନା” ବୋଲି କହିଥିଲେ । ଟ୍ରମ୍ପଙ୍କ ଅର୍ଥନୈତିକ ମଡେଲ ଖୁବଶୀଘ୍ର ଭୁଶୁଡ଼ି ପଡ଼ିବ ବୋଲି ହକ୍ ଭାରତକୁ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଚୀନ୍ ଏବଂ ରୁଷ ମଧ୍ୟ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି।

ଆମେରିକାର ଅର୍ଥନୀତିଜ୍ଞ ଏବଂ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଭ୍ ହାଙ୍କେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ବାଣିଜ୍ୟ ଯୁଦ୍ଧ କରି “ନିଜକୁ ବରବାଦ କରୁଛନ୍ତି”। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବା ନେଇ ଆମେରିକା ଏବଂ ଭାରତ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ତାଙ୍କର ଏହି ମନ୍ତବ୍ୟ ଆସିଛି । ପ୍ରଫେସର ହାଙ୍କେ କହିଛନ୍ତି ଯେ, “ନାପୋଲିୟନଙ୍କ ପରାମର୍ଶ ପାଳନ କରିବା ହେଉଛି ମୁଖ୍ୟ କଥା। ମୁଁ ଭାବୁଛି ଟ୍ରମ୍ପ ନିଜକୁ ବରବାଦ୍ କରୁଛନ୍ତି।”

ଷ୍ଟିଭ୍ ହାଙ୍କେ କହିଛନ୍ତି, “ମୁଁ ଭାବୁଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଟିକିଏ ଅପେକ୍ଷା କରିବା ଉଚିତ। ମୁଁ ଭାବୁଛି ଖୁବଶୀଘ୍ର ଟ୍ରମ୍ପଙ୍କ ଦୁର୍ଗ ଭୁଶୁଡ଼ି ପଡ଼ିବ” । ପ୍ରଫେସର ହାଙ୍କେ ଦାବି କରିଛନ୍ତି ଯେ ଆମେରିକାରେ ବାଣିଜ୍ୟରେ ଏକ ବଡ଼ ହ୍ରାସ ଘଟିଛି କାରଣ ଆମେରିକୀୟମାନଙ୍କ ଖର୍ଚ୍ଚ ମୋଟ ଜାତୀୟ ଉତ୍ପାଦ ଅପେକ୍ଷା ଅଧିକ। ଟ୍ରମ୍ପଙ୍କ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଲ।

ଚୀନ୍ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଅନ୍ୟ ଦେଶଗୁଡ଼ିକୁ ଦମନ କରିବା ପାଇଁ ଶୁଳ୍କକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଜାତିସଂଘ ଚାର୍ଟରର ଉଲ୍ଲଂଘନ। ଏହା ବିଶ୍ୱ ବାଣିଜ୍ୟ ସଂଗଠନର ନିୟମକୁ ଦୁର୍ବଳ କରୁଛି ଏବଂ ଏହା ଅସ୍ଥିର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ