Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ…ପାରମ୍ପରିକ ନୃତ୍ୟ ଓ ଗୀତ ରେ କମ୍ପିଲା ମଞ୍ଚ….

ଲକ୍ଷ୍ମୀପୁର ୦୯/୦୮ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜି ୩୧ ତମ ବିଶ୍ଵ ଆଦିବାସୀ ଦିବସ ଧୁମ ଧାମ ରେ ପାଳନ ହୋଇଯାଇଛି।ଆଦିବାସୀ ପ୍ରଗତିବାଦୀ ସମାଜ ଦ୍ୱାରା ପରିଚାଳିତ ଏହି ଆଦିବାସୀ ଦିବସ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉଁତା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା, ବ୍ଲକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକା ଙ୍କ ସମେତ ବ୍ଲକ ର ନିର୍ବାଚିତ ଲୋକପ୍ରତିନିଧି ମାନେ ଯୋଗାଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଉପଲକ୍ଷେ ବିରାଟ ବଡ଼ ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା।ପାରମ୍ପାରିକ ବେଶ ଭୂଷାରେ ସୁସଜିତ ଆଦିବାସୀ ସଂପ୍ରଦାୟର ଲୋକେ ସ୍ଥାନୀୟ ରେଳବାଇ ଛକରୁ ଢେମସା ନୃତ୍ୟର ତାଳେ ତାଳେ ବାଜା ବଜେଇ ବ୍ଲକ ପଡିଆ ରେ ପହଂଚି ଥିଲେ। ବର୍ତମାନ ଆଦିବାସୀ ଆଗଭଳି ନୁହଁନ୍ତି, ଅନେକ ପରିବର୍ତନ ହୋଇଛନ୍ତି, ସମାଜ ରେ ଅନେକ ଶିକ୍ଷିତ ବ୍ୟକ୍ତି ରାଜ୍ୟ ତଥା ଭାରତ କୁ ପ୍ରତିନିଧିତ୍ୱ କରୁଛନ୍ତି, ଏକ ତୃତୀୟାଂଶ ଲୋକେ ସମାଜ ର ମୁଖ୍ୟ ସ୍ରୋତ ରେ ଆସିଯାଇଥିବା ଅତିଥି ମାନେ ପ୍ରକାଶ କରିଥିଲେ।ଦୁଃଖ ର ବିଷୟ କିନ୍ତୁ ଆଦିବାସୀ ମାନେ ପାରମ୍ପରିକ କଥା କିଛି ଭୁଲି ଗଲେଣି, ଆଗଭଳି ଆଉ ଆଦିବାସୀ ପର୍ବପର୍ବାଣି ମଧ୍ୟ ଠିକ ଭାବେ ପାଳନ କରାଯାଉନି,ତେଣୁ ସମସ୍ତେ ଏକ ହୁଅ, ସଙ୍ଘ ଠିତ ହୋଇ ଆଦିବାସୀ ପରମ୍ପରା କୁ ନଭୁଲିବାକୁ କୁହାଯାଇଥିଲା। ଆସନ୍ତା ବର୍ଷ ଠାରୁ ବ୍ଲକରେ ଥିବା ତେରଟି ପଞ୍ଚାୟତ ରେ ପଞ୍ଚାୟତ ସ୍ତରରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିବାକୁ ଶ୍ରୀଯୁକ୍ତ କୁଲେସିକା କହି ଥିଲେ।ଲକ୍ଷ୍ମୀପୁର ବ୍ଲକ୍ ଆଦିବାସୀ ପ୍ରଗତିବାଦୀ ସମାଜ ସଂଘର ସଭାପତି ଆପାରାଓ ୱାଡେକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ପାଦକ ରାଧେଶ୍ୟମ ଯାନୀ, ଦୁଃଖିଶ୍ୟାମ ମିନିଆକା, ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା, ନିରଞ୍ଜନ ଯାନୀ, ବସନ୍ତ ମିନିଆକା, ପାର ମୁସ୍କା, ଈଶ୍ୱର ମୁଦୁଲି, ତୈଳ ପ୍ରାସ୍କା ପ୍ରମୁଖ ଯୋଗଦେଇଥିଲେ। କୁଇ ଭାଷାରେ ପାରଦା କୁଲେସିକା ଗୀତ ଗାଇ ମଞ୍ଚ କୁ ଦୁଲୁକାଇ ଦେଇଥିବା ବେଳେ ବିଭିନ୍ନ ଅଂଚଳ ର ଆଦିବାସୀ ଯୁବତୀ ମାନେ ଢେମସା ନୃତ୍ୟ ପରିବେଷଣ କରିଥିଲେ।ରାୟଗଡା ର ଦେଶିଆ ମେଲୋଡି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପସ୍ଥିତ ଲୋକଙ୍କୁ ବାନ୍ଧି କି ରଖି ପାରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ