Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ…

ଲକ୍ଷ୍ମୀପୁର ୧୦/୦୮(): ଓଡିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତ ଅବସର ରେ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ଦିନ ଏକ ଦାବି ପତ୍ର  ପ୍ରଦାନ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ କେନ୍ଦ୍ର କୋରାପୁଟ ଜିଲ୍ଲା ସଦର ମହକୁମା ହୋଉଥିବା ବେଳେ ଏଠାରେ ଆଜିଯାଏଁ ଏକ ସାମ୍ବାଦିକ ଭବନ ନିର୍ମାଣ ହୋଇପାରିନାହିଁ । କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେଜେଡଏସଏସ) ଜିଲାର ଏକ ପୁରାତନ ଏବଂ ବୃହତ ସଂଘ। ଏହି ସଂଘ ରେ ଜିଲ୍ଲାର ୧୫୦ ରୁ ଉର୍ଦ୍ଧ ସଦସ୍ୟ ପ୍ରତିଷ୍ଠିତ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି  ଭାବେ ଅଛନ୍ତି। ସାମ୍ବାଦିକ ମାନଙ୍କ ସକାଶେ କାର୍ଯ୍ୟାଳୟ  ନଥିବାରୁ ସାମ୍ବାଦିକ ମାନେ କୌଣସି ସଭାସମିତି ବା ସାଧାରଣ ବୈଠକ ଟିଏ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଥିବା ଏକ ଖାଲି ଗୃହ ଦିର୍ଘ ବର୍ଷ ହେଲା ଅବ୍ଯବହୃତ ଭାବେ ତାଲା ପଡି ରହିଛି। ଏହି ଗୃହକୁ ଜିଲ୍ଲା ସାମ୍ବାଦିକ ସଂଘ କୁ ହସ୍ତାନ୍ତର କରାଗଲେ ଜିଲ୍ଲାର ୧୪ ବ୍ଳକର ସାମ୍ବାଦିକ ମାନେ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। କୋରାପୁଟ ଠାରେ ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଥିବା ଯୋଗୁଁ ବିଭିନ୍ନ ସମୟରେ ଜିଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ବର୍ଗ କୋରାପୁଟ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ସୁବିଧା ଅସୁବିଧା ରେ ରହିବା ପାଇଁ ସାମ୍ବାଦିକ ଙ୍କ ନିମନ୍ତେ ଗୃହ ଟିଏ ନାହଁ।  । ନିକଟରେ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ରେ ଜିଲ୍ଲାର ୪ ଜଣ ବିଧାୟକ ଙ୍କ ସମେତ ତତ୍କାଳୀନ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ଉପସ୍ଥିତ ଥିଲେ,ସାମ୍ବାଦିକ ଙ୍କ ଅଭିଯୋଗ କୁ ଗୁରୁତ୍ଵ ର ଭାବି ସମସ୍ତ ଅତିଥି ଜିଲ୍ଲାରେ ସାମ୍ବାଦିକ ଭବନ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଆମେ ନିଶ୍ଚିତ ଆଶା କରୁଛି ଆପଣ ଆମର ଏହି ପ୍ରୟାସ କୁ ସଫଳ କରିବା ପାଇଁ ଅବ୍ଯବହୃତ ହୋଇ ରହିଥିବା ସମ୍ପୃକ୍ତ ଗୃହ କୁ ସାମ୍ବାଦିକ ଙ୍କ ହିତ ପାଇଁ ପ୍ରଦାନ କରିବେ।ଏଥିସହ ରାଜ୍ୟ ରେ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଚଳନ ସହ ଖୁବଶୀଘ୍ର ସାମ୍ବାଦିକ ଙ୍କ ପାଇଁ ପେନସନ ଯୋଜନା ଘୋଷଣା କରିବେ ବୋଲି ଆମେ ଆପଣଙ୍କ ନିକଟରେ ନିବେଦନ  କରୁଛୁ। ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଶଶଧର ରାଉତ, କାର୍ଯ୍ୟକାରୀ ସଭାପତି ଶରତ ନାୟକ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଟି ଗୌରୀ ଶଙ୍କର, ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ଗୌଡ଼, ତ୍ରିଲୋଚନ ମହାରଣା, ସୌମ୍ୟରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ