Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ର ବ୍ରିଜ ରେ ଆଣ୍ଠୁଏ ପାଣି…କିଛି ସମୟ ସକାଶେ ଅଟକିଲା ମନ୍ତ୍ରୀ ଙ୍କ ଗାଡ଼ି

ଲକ୍ଷ୍ମୀପୁର ୧୦/୦୮
କୋରାପୁଟ ଠାରୁ ରାୟଗଡା ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ର କିଛି ସ୍ଥାନ ରେ ସଭିଙ୍କ ପାଇଁ ବିପଦ ସୃଷ୍ଟି ହଉଛି।ବିଶେଷ କରି କାକିରିଗୁମା ରୁ ଲକ୍ଷ୍ମୀପୁର ଜାତୀୟ ରାଜପଥରେ  ଗାଡି ଚଳ ପ୍ରଚଳ କୁ ନେଇ ଯାତ୍ରୀ ମାନେ ଜମାରୁ ସୁରକ୍ଷିତ ମନେ କରୁନାହାନ୍ତି।  ଲକ୍ଷ୍ମୀପୁର ଠାରୁ କାକିରିଗୁମା ଯାଏଁ ୧୮ କିଲୋମିଟର ରାସ୍ତା ଜମାରୁ ସୁରକ୍ଷିତ ନୁହଁ।ଜାତୀୟ ରାଜପଥ କଡରେ ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ସକାଶେ ନାହିଁ ନଥିବା ସମସ୍ୟା ଦେଖା ଦେଇଛି।ରବିବାର ସନ୍ଧ୍ୟାରେ  ଘଣ୍ଟାଏ ଧରି ହୋଇଥିବା ମୁଷଳ ଧାରା ର ବର୍ଷା ସକାଶେ ଡୁମୁରି ପଦର ଗ୍ରାମ ନିକଟରେ ଅନେକ ଯାନବାହନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗ୍ରାମ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥର ଏକ ପୋଲ ଉପରେ ବର୍ଷା ପାଣି ଅତିବାହିତ କରୁଥିବାରୁ ପୋଲ ର ଦୁଇ ପାର୍ଶ୍ୱରେ ଶତାଧିକ ସଂଖ୍ୟାର ଯାନବାହନ ଅଟକି ରହିଥିଲା।ଫଳରେ ଅନେକ ଲୋକ ନାହିଁ ନଥିବା ସମସ୍ୟାରେ ପଡ଼ିଥିଲେ।ସେତିକି ନୁହେଁ ଖଣି ମନ୍ତ୍ରୀ  ବିଭୁତି ଜେନା ସେଇ ରାସ୍ତା ଦେଇ ଯାଉଥିବା ବେଳେ ସେହି ଠାରେ ତାଙ୍କୁ ବି ସ୍ୱଳ୍ପ ସମୟ ଧରି ଅଟକିବାକୁ ପଡିଥିଲା।ହେଲେ ମନ୍ତ୍ରୀଙ୍କ ଏସ୍କର୍ଟ ଟିମ ଅଟକି ରହିଥିବା ଅନ୍ୟ ଗାଡ଼ି ଗୁଡିକୁ ସାଇଡ କରି ମନ୍ତ୍ରୀଙ୍କ ଗାଡିକୁ ବାଟ କଢେଇ ନେଇ ଯାଇଥିଲେ। ରୋଗୀ କୁ ନେଇଁ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅନେକ ସମୟ ଅଟକି ରହିଥିଲା। ଅନେକ ସମୟ ପରେ   ଗାଡି ଚଳା ଚଳ ପ ସ୍ୱାଭାବିକ ହୋଇଥିଲା।ଉକ୍ତ ପୋଲ ଉପର ଦେଇ ବର୍ତମାନ ଏକ ରେଳ ବ୍ରିଜ କାମ ଚାଲୁଥିବାରୁ ଏହି ସମସ୍ୟା ଉପୁଜିଥିଲା।ତଥାପି କେତେ ବେଳେ ଉକ୍ତ ପୋଲ ବର୍ଷା ପାଣିରେ ଭୁସୁଡ଼ି ପଡ଼ିବ ତାହା କହିବା ମୁସ୍କିଲ।ତେଣୁ ଆଗକୁ ବଡ଼ ଧରଣର ବିପଦ ମାଡି ଆସିବା ପୂର୍ବରୁ ବିଭାଗୀୟ ଅଧିକାରୀ ତୁରନ୍ତ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହୋଇଛି। ଯଦି ଏହି ପୁରୁଣା କାଳିଆ ବ୍ରିଜ ଭାଙ୍ଗିଯାଏ ତାହେଲେ କୋରାପୁଟ ରାୟଗଡା କୁ ଯୋଗାଯୋଗ ବିଛିନ ହେବାର ସମ୍ଭାବନା  ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ