Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରଧରା ଠାରେ ପ୍ରଧାନମନ୍ତ୍ରୀ ସଡ଼କ ଶୋଚନୀୟ

ଖଡ଼ିଆଳ : ଖଡ଼ିଆଳ ଠାରୁ ରାୟପୁର ଯାଇଥିବା ଜାତୀୟ ରାଜପଥ ୨୧୭ ସାନମହେଶ୍ୱର ଗ୍ରାମ ଠାରୁ ତିଖାଲିପଡା ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ରଜାମୁଣ୍ଡା ଠାରେ କାମ ହୋଇ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପାଖରେ ଖାଲ ଖମାଲ ସୃଷ୍ଟି ହୋଇ ପାଣି କାଦୁଅ ଜମା ହୋଇଛି।ଡ୍ରେନେଜ ବ୍ୟବସ୍ଥା ନଥିବାରୁ ପାଣି ନିଷ୍କାସନ ହୋଇ ପାରୁନି। ଫଳରେ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ଏହି ରାସ୍ତା ଉପରେ ସାନମହେଶ୍ୱର ସମେତ ବରଗାଁ, ନାଗପଡା ଆଦି ପଞ୍ଚାୟତର ୩୦ ଖଣ୍ଡ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହି ରାସ୍ତା ଦେଇ ଖଡ଼ିଆଳ, ନୂଆପଡା ଓ ଅନ୍ୟାନ୍ୟ ସହରକୁ ବିଭିନ୍ନ କାମ ପାଇଁ ଯିବାକୁ ପଡିଥାଏ, ଛାତ୍ରଛାତ୍ରୀ ପଢିଵା ପାଇଁ ଯାଇଥାନ୍ତି କିନ୍ତୁ ସରକାର କୌଣସି ଦୃଷ୍ଟି ଦେଉ ନାହାନ୍ତି।ଅତିଶୀଘ୍ର ରାସ୍ତା ମରାମତି ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।ରାସ୍ତା ମରାମତି ସମୟରେ ଲଗା ଯାଇଥିବା ନାମ ଫଳକ ଅନୁସାରେ ୪.୯୧୯ କିଲୋମିଟର କାମ କରାଯାଇଛି। କିନ୍ତୁ ଖର୍ଚ୍ଚ ବିବରଣୀ ଉଲ୍ଲେଖ ନଥିବାରୁ କେତେ ବ୍ୟୟ ବରାଦ ହୋଇଥିଲା ଜଣାପଡୁନି।ଏନେଇ ଅଧିକ୍ଷଣ ଯନ୍ତ୍ରୀ ଅର୍ଜ୍ଜୁନ ଚରଣ ମୁଣ୍ଡାଙ୍କୁ ପଚାରିବାରୁ ସେ ଏନେଇ ଅବଗତ ଥିବା କହିବା ସହ ଶୀଘ୍ର ରାସ୍ତା ମରାମତିର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଖାଲି ଏହି ରାସ୍ତା ନୁହଁ ଖଡ଼ିଆଳ ବ୍ଲକର ଅନେକ ପ୍ରଧାନମନ୍ତ୍ରୀ ସଡ଼କର ଅବସ୍ଥା ଏପରି।ଠିକାଦାର ମାନେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ ବିଭାଗୀୟ କର୍ମକର୍ତ୍ତା ସେମାନଙ୍କୁ ନିର୍ଦ୍ଦେଶ ଦେବାକୁ ସାହସ କରି ପାରୁ ନ ଥିବା ଜଣାପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ