Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା; ୧୩ ମୃତ

ଦୌସା: ରାଜସ୍ଥାନର ଦୌସା ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ମଧ୍ୟ ଅଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଖାତୁ ଶ୍ୟାମ ମନ୍ଦିରରୁ ଫେରୁଥିବା ସମୟରେ ଭୋର୍ ପ୍ରାୟ ୩:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ପିକଅପ୍ ଗାଡ଼ି ଏବଂ ଏକ ଟ୍ରଲର ଧକ୍କା ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଯାହା ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସ୍ଥାନୀୟ ପୋଲିସ ଏବଂ ଦୌସା ପ୍ରଶାସନ ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ହସ୍ପିଟାଲରେ ଭର୍ତ୍ତି କରିଛି।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୭ ଜଣ ଶିଶୁ ଅଛନ୍ତି। ପ୍ରାୟ ୨୦ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ୮ ଜଣଙ୍କୁ ଜୟପୁରର ଏସଏମଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ୪ ରୁ ୫ ଜଣଙ୍କୁ ଆଇସିୟୁରେ ରଖାଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଦୌସା କଲେକ୍ଟର ଦେବେନ୍ଦ୍ର କୁମାର ଏବଂ ପୋଲିସ ଅଧୀକ୍ଷକ ସାଗର ରାଣା ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ