ପିଡ଼ିଏସ ସବ ସେଣ୍ଟର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ଖଡ଼ିଆଳ : ପିଡିଏସ ସବ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗାଁ ଲୋକେ l ଖଡ଼ିଆଳ ବ୍ଲକ ଠାରେ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି ଲୋକେ l ମାଣ୍ଡୋସିଲ ପଞ୍ଚାୟତର ପିଡିଏସ କେନ୍ଦ୍ର ଚଚରାଭଟା ଗାଁରେ ଥିବାରୁ ପିଡିଏସ ପାଇଁ ୫ କିମି ଯିବାକୁ ପଡୁଛି ମାଳପଡାର ଲୋକଙ୍କୁ l ଫଳରେ ସେମାନେ ହଇରାଣର ଶିକାର ହେଉଛନ୍ତି। ବିଶେଷ କରି ବୟସ୍କ ଲୋକେ ରାସନ ଆଣିବାକୁ ଏତେ ଦୁର ଯିବାପାଇଁ ଅସୁବିଧା ଭୋଗ କରୁଛନ୍ତି। ତେଣୁ ମାଣ୍ଡୋସିଲର ମାଳପଡା ଠାରେ ପିଡିଏସ କେନ୍ଦ୍ର ହେବାକୁ ଦୀର୍ଘ ଦିନରୁ ଦାବି ହେଉଅଛି l କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନ ଥିବାରୁ ଆଜି ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।ଲୋକଙ୍କ ଦାବିକୁ ଗ୍ରହଣ କରାଯାଇଛି ଓ ଯେଉଁଠି ସବ ସେଣ୍ଟର ପାଇଁ ଜରୁରୀ ଅଛି ସ୍ଥାନୀୟ ସରପଞ୍ଚ ଏହାର ସମାଧାନ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।