Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବିଡ଼ିଓ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା…ସ୍ୱାଗତ ହେଲେ ନୂତନ ବିଡିଓ.

ଲକ୍ଷ୍ମୀପୁର ୧୩/୦୮ …ଲକ୍ଷ୍ମୀପୁର ବିଡିଓ ଗୁରେଶ୍ୱର ଭୋଇ ଙ୍କୁ ବଲାଙ୍ଗୀର  ଜିଲ୍ଲା ର ଗୁଡଭେଲା ବ୍ଲକ କୁ କୁ ବଦଳି ହୋଇଥିବା ବେଳେ ଆଜି ସେ  ବ୍ଲକ ର କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି।ଗୋଟାଏ ମାସ ମଧ୍ୟରେ ଦୁଇଜଣ ଯନ୍ତ୍ରୀ, ଜିପିଇଓ ଓ ବ୍ଲକ ର ବିଡ଼ିଓ ଙ୍କ ବଦଳି ହୋଇଥିବା ବେଳେ ବୁଧବାର କଳାହାଣ୍ଡୀ ଜିଲ୍ଲା ଏମ ରାମପୁର ବ୍ଲକ ବିଡ଼ିଓ ଭାବେ ଦାୟିତ୍ୱ ରେ ଥିବା ସବ୍ୟସାଚି ବେହେରା ସେଠାରୁ ବଦଳି ହୋଇ ଲକ୍ଷ୍ମୀପୁର ବ୍ଲକ ରେ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ଲକ ପ୍ରଶାସନ ତରଫରୁ ବଦଳି ହୋଇଥିବା ବିଡ଼ିଓ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ନୂତନ ବିଡ଼ିଓ ଙ୍କୁ ସ୍ୱାଗତ କରାଯାଇଛି।. ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ରେ ଏନେଇ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଉପସ୍ଥିତ ଥିବା ବ୍ଲକ ର ସମସ୍ତ କର୍ମଚାରୀ ସମେତ ଗଣମାଧ୍ୟମ ପ୍ରତିନିଧି ଓ ତହସିଲ କର୍ମଚାରୀ ଗତ ଦୁଇ ବର୍ଷ ମଧ୍ୟ ରେ ହୋଇଥିବା ବିଡ଼ିଓ ଙ୍କ କାର୍ଯ୍ୟ କୁ ପ୍ରଶଂସା କରା ଯାଇଥିଲା। ଶ୍ରୀ ଭୋଇ ତାଙ୍କ ଭାଷଣ ରେ କହିଥିଲେ କୋରାପୁଟ ଜିଲ୍ଲା ପ୍ରତ୍ୟକ ବ୍ଲକ ରେ କାର୍ଯ୍ୟ କରିବା ଏକ ନିଆରା ଅନୁଭୂତି, ଏଠି ଆସିବାକୁ ପସନ୍ଦ କରି ନଥାନ୍ତି, କିନ୍ତୁ କାର୍ଯ୍ୟ ରେ ଯୋଗଦେବା ପରେ ଯେଉଁ ଭଳି ସହାୟତା ମିଳିଥାଏ ତାହା ଅଭୁଲା ହୋଇ ରହିଯାଏ, ସମସ୍ତ କର୍ମଚାରୀ ଙ୍କୁ ନିଜର ଭାବି କାର୍ଯ୍ୟ କରିଥିବା କାରଣରୁ ଆକାଂକ୍ଷା ଜିଲ୍ଲା ରେ ଲକ୍ଷ୍ମୀପୁର ବ୍ଲକ ରୌପ୍ୟ ପଦକ ପାଇଥିଲା। ଆଗକୁ ଏହି ବ୍ଲକ ଯେପରି ସ୍ଵର୍ଣ ପଦକ ପାଇବାରେ ସକ୍ଷମ ହେବ ସେଥିପାଇଁ ନୂତନ ଭାବେ ଆସିଥିବା ବିଡ଼ିଓ ନିଶ୍ଚୟ ଧ୍ୟାନ ଦେବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ କୁ ଜିପିଈଓ ପ୍ରଫୁଲ କୁମାର ସାହୁ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ