Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ…. ୨ ବର୍ଷ ର ଝିଅର ପୋଡ଼ିଯାଇଛି ୫୦ ପ୍ରତିଶତ ଦେହ ର ଅଙ୍ଗ…

ଲକ୍ଷ୍ମୀପୁର… 13/09 … ଲକ୍ଷ୍ମୀପୁର ବ୍ଲକ ତଳକାଇପଦର ଗାଁ ର ମୀନ ହିକକା ଙ୍କ ଦୁଇ ବର୍ଷ ର ଝିଅ ତନିଷା ହିକକା ଙ୍କ ଦେହ ନିଆଁ ରେ ୫୦ ପ୍ରତିଶତ ରୁ ଉର୍ଧ୍ଵ ପୋଡି ହୋଇଯାଇଛି, ଆର୍ଥିକ ସ୍ତିତି ଠିକ ନଥିବା କାରଣ ରୁ ତନିଷା ଙ୍କୁ ବ୍ରହ୍ମପୁର କିମ୍ବା କଟକ ବଡ ଡାକ୍ତରଖାନା କୁ ନେବା ସକାଶେ ଡାକ୍ତର ପରାମର୍ଶ ଦେଇଥିଲେ ସୁଧା ଆର୍ଥିକ ସ୍ୱଛଳ ନଥିବା ସହ ଟଙ୍କା ଅଭାବ କାରଣ ରୁ ଝିଅ କୁ ଗାଁ ରେ ହିଁ ରଖା ଯାଇଥିବା ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ଦିନ ତନିଷା ଙ୍କ ମା ଦାନାଇ ହିକକା ଝିଅ କୁ ଚାଷ ଜମିର କୁଡ଼ିଆ  ନିକଟରେ ଛାଡି କାଠ ସଂଗ୍ରହ କରିବାକୁ ଯାଇଥିଲା, ସେହି ସମୟରେ ତନିଷା ବିଲ ନିକଟରେ ଥିବା ନାଳ ର ପାଣି ରେ ଓଦା ହୋଇଯାଇଥିବା କାରଣରୁ କୁଡ଼ିଆ ରେ ଥିବା କାଠ ଚୁଲି ନିଆଁ ରେ ନିଆଁ ସେକି ହଉଥିଲା, ଛୋଟ ଝିଅ ଟି ନିଆଁ ସେକି ହେଉଥିବା ବେଳେ ହଠାତ ସେ ଘୋଡାଇ ହୋଇଥିବା ଗାମୁଛା ରେ ନିଆଁ ଲାଗି ଯାଇଥିଲା, ନିଆଁ ଲାଗିଯିବା ପରେ ଚିତ୍କାର କରିବା ପରେ କୁଡ଼ିଆ ନିକଟରେ ଥିବା ତାଙ୍କ ବାପା ଓ ମା ଦୌଡ଼ି ଆସି ନିଆଁ କୁ ଲିଭାଇଥିଲେ, କିନ୍ତୁ ସେତିକି ସମୟ ମଧ୍ୟରେ ଝିଅ ଅଧାରୁ ଅଧିକ ପୋଡି ହୋଇଯାଇଥିଲା।ସଙ୍ଗେ ସଙ୍ଗେ ଝିଅ କୁ ଲକ୍ଷ୍ମୀପୁର ଡାକ୍ତରଖାନା ଓ ପରେ ଗୁରୁତ୍ୱ ର ଥିବାରୁ କୋରାପୁଟ ଏସେଲେନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ରେ କିଛିଦିନ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ନେବା ସକାଶେ କହିଥିଲେ, କିନ୍ତୁ ଆର୍ଥିକ ସ୍ତିତି ଠିକ ନଥିବା କାରଣରୁ ଝିଅ କୁ ଘରେ ନେଇଁକି ଚାଲି ଆସିଛନ୍ତି ତାଙ୍କ ବାପା ମା। ଏନେଇଁ ବିଡ଼ିଓ ଗୁରେଶ୍ୱର ଭୋଇ କହିଛନ୍ତି ଝିଅ ର ଚିକିତ୍ସା ସକାଶେ ସମସ୍ତ ବ୍ୟବସ୍ଥା କରାଯିବ, ତାଙ୍କ ସ୍ଵାସ୍ଚ୍ୟ ବୀମା କାର୍ଡ ଥିଲେ ଭଲ କଥା ନଚେତ ରେଡ କ୍ରସ ଜରିଆରେ ତୁରନ୍ତ ଚିକିତ୍ସା କରାଯିବା ସକାଶେ  ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ