Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ଭାବେ ରହିଛି ବିଦ୍ୟୁତ  ଖୁଣ୍ଟ,,ବିଦ୍ୟାଳୟ ନିକଟରେ ଥିବା ଖୁଣ୍ଟ କୁ ତୁରନ୍ତ କାଢ଼ିବା କୁ ଦାବୀ…

ଲକ୍ଷ୍ମୀପୁର: ୧୩/୮ … ବିଦ୍ୟୁତ ଖୁଣ୍ଟ ରେ ଲେଖା ହୋଇଛି ବିପଦ, କିନ୍ତୁ ଖୋଦ ବିଭାଗ ମଧ୍ୟ ବିପଦ ଥିବା ଜାଣି ଖୁଣ୍ଟ କୁ ସଜାଡୁ ନାହିଁ।ଲକ୍ଷ୍ମୀପୁର ସ୍ଥିତ ଏକ୍ସ ବୋର୍ଡ ବିଦ୍ୟାଳୟ ର ପାଚେରୀ କାନ୍ଥ କୁ ଲାଗି ପୋତା ଯାଇଛି ଏକ ବଡ ଇଲେକ୍ଟ୍ରି ଖୁଣ୍ଟ । ଡ୍ରେନ କଡରେ ଲାଗି ରହିଥିବା ଏହି ଖୁଣ୍ଟ ବର୍ଷା ପାଣିରେ ସବୁ ଧୋଇ ହୋଇ ଉପରକୁ ବାହାରି ପଡ଼ିଛି । କେବଳ ଖୁଣ୍ଟ ତଳେ ଦିଆଯାଇ ଥିବା ସିମେଣ୍ଟ କଂକ୍ରିଟ ଦ୍ୱାରା ହିଁ   ଖୁଣ୍ଟ ଟି ଠିଆ ହୋଇରହିଥିବା ବେଳେ ଖୁଣ୍ଟ ଉପରେ ଥିବା ୱାଇର ହିଁ ସାହା ଭରସା ହୋଇ ରହିଛି।  କେତେବେଳେ ପଡ଼ି ଯିବ ତାହା କହିହେବ ନାହିଁ । ଏହା କୁ ଲାଗି ସାହି କୁ ଯିବା ଆସିବା ପାଇଁ ରାସ୍ତା ରହିଛି । ପ୍ରତି ଦିନ ଶହ ଶହ ସ୍କୁଲ୍ ପିଲା ଓ ସାହି ଲୋକେ   ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏହି ଖୁଣ୍ଟ ଝୁଲା ଅବସ୍ଥା ରେ ରହିଛି କେତେବେଳେ ଯେ କାହା ଉପରେ ପଡ଼ିବ କିଛି କହି ହେବ ନାହିଁ,ବିପଦ କୁ ଆମନ୍ତ୍ରଣ କରିବା ସଦୃଶ୍ୟ ରହିଛି।ଏହା ପ୍ରତି କାହାରି ନଜର ପଡୁ ନାହିଁ ଯାହା କି ଚିନ୍ତାଜନକ ବିଷୟ ଅଟେ । ସଦାବେଳେ ଲୋକଙ୍କ ଅଭିଯୋଗ ଥାଏ କି ଆଜି କରେଣ୍ଟ କାହିଁକି କଟଗଲା ବୋଲି,  କିନ୍ତୁ ସ୍କୁଲ ଓ ସାହି ମଝିରେ ଏକ କରେଣ୍ଟ ଖୁଣ୍ଟ ନାଳ ଭିତରେ ଝୁଲା ଅବସ୍ଥା ରେ ରହିଛି କେବେ କାହା ଉପରେ ପଡ଼ିବ ସେ ନେଇ କାହାରି ଦୃଷ୍ଟି ପଡୁନାହିଁ । କେବଳ ସେତିକି ନୁହେଁ ମୁତ୍ୟାଲୁମା ମନ୍ଦିର ରାସ୍ତା ର ଅନେକ ସ୍ଥାନରେ ରାସ୍ତା କୁ ଲାଗିକି ଅନେକ ଖୁଣ୍ଟ ରହିଛି, ଏହାକୁ ମଧ୍ୟ ଉଠାଇବାକୁ ବାରମ୍ବାର କୁହାଯାଇଥିଲେ ସୁଧା ବିଦ୍ୟୁତ ବିଭାଗ ତରଫରୁ ଖୁଣ୍ଟ ଗୁଡାକ କୁ ସ୍ଥାନାନ୍ତର କରାଯାଉନାହିଁ, କୌଣସି ପ୍ରକାର ଅଘଟଣ ପୂର୍ବରୁ ବିଦ୍ୟୁତ ବିଭାଗ ତପ୍ତରତା ଦେଖାଇ କାର୍ଯ୍ୟ କରିବା ଜରୁରୀ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ