Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ପ୍ରଗତିବାଦୀ ସମାଜ ନାମରେ ଚାନ୍ଦା ଆଦାୟ କୁ ନେଇଁ ଥାନାରେ ଦ୍ୱାରସ୍ତ ହେଲେ କୁଇ ସମାଜ…

ଲକ୍ଷ୍ମୀପୁର ୧୪/୦୮ …… ଲକ୍ଷ୍ମୀପୁର ଆଦିବାସୀ ପ୍ରଗତିବାଦୀ ସମାଜ ନାମରେ ଡୁପ୍ଳିକେଟ ଲେଟର ପେଡ ତିଆରି କରି ବିଶ୍ୱ ଆଦିବାସୀ ଦିବସ ରେ ଚାନ୍ଦା ମାଗିବା ଘଟଣା ରେ ଗୁରୁବାର ଥାନା ରେ ଦ୍ୱାରସ୍ତ ହୋଇଛନ୍ତି କୁଇ ସମାଜ ଓ ଆଦିବାସୀ ପ୍ରଗତିବାଦୀ ସମାଜ ର ସଦସ୍ୟ।କୁଇ ସମାଜ ସଭାପତି ରୁଦ୍ର ସାଉଁତା ଓ ସମାଜସେବୀ ଶଙ୍କର ସାଉଁତା ଙ୍କ ନେତୃତ୍ୱ ରେ କୁସୁମଗୁଡା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ, କାକିରିଗୁମା ସରପଞ୍ଚ ପୃଷ୍ଠ ସାଉଁତା,  ପୂର୍ବତନ ସରପଞ୍ଚ ଶ୍ରୀଧର ଯାନୀ, ଡମ୍ବୁରୁ ମୁଦୁଲି, ଉଦୟ ହିକକା,ରାଧେଶ୍ୟାମ ଯାନୀ ପ୍ରମୁଖ  ଉପସ୍ଥିତ ହୋଇ ସମ୍ପୃକ୍ତ ଦୁଇଜଣ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେବା ସକାଶେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି।ଆଦିବାସୀ ସମାଜ ନାମ ରେ ଯଦି ବିଶ୍ୱ ଆଦିବାସୀ ଦିବସ ନାମରେ ଅନ୍ୟ କେହି ଲେଟର ପେଡ କରି ଚାନ୍ଦା ଆଦାୟ କରିବାକୁ ଆଗେଇ ଆସିଛନ୍ତି ତାହେଲେ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ପବିତ୍ର ସାଉଁତା କହିବା ସହ ସେ ମଧ୍ୟ ଥାନା ରେ ଉପସ୍ଥିତ ହୋଇଥିଲେ। ପ୍ରକାଶ ଥାଉକି ଅଗଷ୍ଟ ୯ ତାରିଖ ଦିନ ବିଶ୍ୱ ଆଦିବାସୀ ଦିବସ ପାଳିତ କରାଯାଇଥିଲା, ଏଥି ପାଇଁ ପୂର୍ବରୁ ନକଲି ଲେଟର ପେଡ ବେଦାନ୍ତ କମ୍ପାନୀ କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବା ସକାଶେ ଦର୍ଶା ଯାଇଥିଲା, ପରବର୍ତୀ ମୁହୂର୍ତ୍ତ ରେ ଆଦିବାସୀ ପ୍ରଗତିବାଦୀ ସମାଜ ଲେଟର ପେଡ ରେ ପୁଣି ଟଙ୍କା ମଗାଯିବା ପରେ ପ୍ରକୃତ ରେ କାହାକୁ ଟଙ୍କା ପ୍ରଦାନ କରିବେ ସେଥି ସକାଶେ ଦ୍ଵନ୍ଦ ରେ ପଡିଥିଲା ବେଦାନ୍ତ କମ୍ପାନୀ। ବିଶ୍ୱ ଆଦିବାସୀ ଦିବସ ସମାପ୍ତ ହେବାପରେ ଆଦିବାସୀ ପ୍ରଗତିବାଦୀ ସମାଜ ନାଁ ରେ କିଏ ଟଙ୍କା ମାଗିଥିଲା ତାହା କୁ ତର୍ଜମା କରିଥିଲା ପ୍ରକୃତ ଆଦିବାସୀ କୁଇ ସମାଜ। ବେଦାନ୍ତ ସହ ଆଦିବାସୀ ସମାଜ ଯୋଗାଯୋଗ କରିବା ପରେ ଲକ୍ଷ୍ମୀପୁର ଅଂଚଳ ର ଗୋପାଳ ମହାନନ୍ଦିଆ ଚାନ୍ଦା ଦେବାକୁ କହିଥିଲେ ବୋଲି ଜଣା ପଡିଥିଲା। ଏହାପରେ ଆଦିବାସୀ ସମାଜ ଥାନା ରେ ଦ୍ୱାରସ୍ତ ହୋଇ ଗୋପାଳ ମହାନନ୍ଦିଆ ଓ ଯାହାର ଜମା ଖାତା ନମ୍ବର ଦିଆଯାଇଥିଲା ମୁରଲୀ ପ୍ରେପେକା ଙ୍କ ନାମରେ ଥାନା ରେ ଅଭିଯୋଗ କରାଯାଇଥିଲା । ଆଦିବାସୀ ସମାଜ ର ଶଙ୍କର ସାଉଁତା ୧୦ ଦିନ ମଧ୍ୟ ରେ ଦୋଷୀ ଙ୍କୁ ଗିରଫ ନକଲେ ବକ୍ସାଇଟ ପରିବହନ ଗାଡି କୁ ସମ୍ପୂର୍ଣ ବନ୍ଦ କରାଯିବ ବୋଲି ଦାବୀ କରିଛନ୍ତି। ଏନେଇଁ ଥାନା ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ