ସମ୍ବଲପୁର: ପୂର୍ବ ତଟ ରେଳପଥ, ସମ୍ବଲପୁର ମଣ୍ଡଳ ପକ୍ଷରୁ ସମ୍ବଲପୁରର ରେଳଷ୍ଟାଡିୟମରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଯେଉଁଠାରେ ପୂର୍ବ ତଟ ରେଳପଥ, ସମ୍ବଲପୁରର ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ସୁବାଷ ଚନ୍ଦ୍ର ଚୌଧୁରୀ ଜାତୀୟଭି ପତାକା ଉତ୍ତୋଳନ କରିଥିଲେ ଏବଂ ରେଳ ସୁରକ୍ଷା ବାହିନୀ, ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ
ଏବଂ ପି ଏମ ଶ୍ରୀ କେଭି ୧, ସମ୍ବଲପୁରର ଏନସିସି ୱିଙ୍ଗର ଏକ ବିଶାଳ ଦଳଠାରୁ ଆନୁଷ୍ଠାନିକ ଅଭିବାଦନ ଗ୍ରହଣ କରିଥିଲେ।
ଶ୍ରୀ ଚୌଧୁରୀ ସମ୍ବଲପୁର ମଣ୍ଡଳର କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ।ଏପ୍ରିଲ୍ ୨୦୨୫ ରୁ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ମଣ୍ଡଳର ଆୟ ୧୦୭୮.୬୯ କୋଟି ହୋଇଛି ଯାହା ପୂର୍ବ ଅବଧି ତୁଳନାରେ ୧୦.୭୭% ବୃଦ୍ଧି ଅଟେ। ମାଲ ପରିବହନରେ ୧୩% ବୃଦ୍ଧି ପଞ୍ଜିକୃତ ହୋଇଛି। ମଣ୍ଡଳ ଏପ୍ରିଲ୍ ୨୦୨୫ ରୁ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ୩.୭୮ ନିୟୁତ ଯାତ୍ରୀ ପଞ୍ଜିକୃତ କରିଛି ଯାହା ଗତ ବର୍ଷର ପୂର୍ବ ଅବଧି ତୁଳନାରେ ୬.୭୮% ବୃଦ୍ଧି ଅଟେ।
ବରଗଡ଼ ରୋଡ୍, ବରପାଲି, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ୍ ଷ୍ଟେସନରେ ଅତିରିକ୍ତ ପ୍ଲାଟଫର୍ମ ସେଡ୍ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏହା ସହିତ ମଣ୍ଡଳର ବିଭିନ୍ନ
ଷ୍ଟେସନରେ ୨୪୬ ଟି ଅତିରିକ୍ତ ବେଞ୍ଚ ଯୋଗାଇ ଦିଆଯାଇଛି। ୨୦.୦୬.୨୦୨୫ ରେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭୁବନେଶ୍ୱରରୁ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅଧୀନରେ ପାଞ୍ଚଟି ଷ୍ଟେସନ୍ – ପୁରୁଣାପାଣି, ଝାରମୁଣ୍ଡା, ବୌଦ୍ଧ, ବୀରନରସିଂହପୁର ଏବଂ ପୁରୁଣାକଟକ – ଉଦଘାଟନ କରିଥିଲେ ଏବଂ ଟ୍ରେନ ନମ୍ବର ୧୮୩୧୧/୧୮୩୧୨ (ବୌଦ୍ଧ-ସମ୍ବଲପୁର-ବୌଦ୍ଧ) ଏକ୍ସପ୍ରେସ୍, ଟ୍ରେନ ନମ୍ବର
୧୮୩୧୩/୧୮୩୧୪ (ବୌଦ୍ଧ-ଭୁବନେଶ୍ୱର-ବୌଦ୍ଧ) ଏକ୍ସପ୍ରେସ୍, ଏବଂ ଟ୍ରେନ ନମ୍ବର ୫୮୩୦୫/୦୬ ଏବଂ ଟ୍ରେନ ନମ୍ବର ୧୨୮୯୩/୧୨୮୯୪ କୁ ପୁରୁଣାକଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଝାରସୁଗୁଡା ରୋଡ୍ ଷ୍ଟେସନରେ ୦୨ ଟି ୱାଟର କୁଲର ଯୋଗାଇ ଦିଆଯାଇଛି। ବରପାଲି ଷ୍ଟେସନ ଏବଂ ଲୋଇସିଂହା ଷ୍ଟେସନର ପ୍ଲାଟଫର୍ମ-୧ ଏବଂ ୨ ରେ କୋଚ୍ ଇଣ୍ଡିକେସନ୍ ବୋର୍ଡ କାର୍ଯ୍ୟକ୍ଷମ କରାଯାଇଛି ବୋଲି କହିଥଲେ।ଏହି ଅବସରରେ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସାନସନୱାଲ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷI, ଶ୍ରୀମତୀ ବିନ୍ଦୁ ଚୌଧୁରୀ, ECoRSC, ECoRSU ଏବଂ AISCSTREA ର ପ୍ରତିନିଧି, ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ପୋନ୍ନା ଭେଙ୍କଟେଶ, ମଣ୍ଡଳ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ସମ୍ବଲପୁର ମଣ୍ଡଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ
