Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ରେ 79 ତମ ସ୍ୱାଧୀନତା ଦିବସ ପାଳିତ

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ 79 ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇ ଅଛି, l ସକାଳୁ ସକାଳୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତ ଫେରି ହେବା ସହ, ଜାତୀୟ ପତାକା ଉତୋଳନ କରାଯାଇ ଥିଲା l ଅସ୍ତରଙ୍ଗ ଶାମ୍ବାଦିକ ସଂଘ ତରଫରୁ ସଭାପତି ବିଶ୍ଵଭୂଷଣ ବିଶ୍ଵଶ୍ରୀ, ଜାତୀୟ ପତାକା ଉତୋଳନ କରିଥିଲା ବେଳେ, ଅସ୍ତରଙ୍ଗ ପ୍ରେସକ୍ଳବ ତରଫରୁ ସଭାପତି ସରତ କୁମାର ପରିଡା ପତାକା ଉତୋଳନ କରିଥିଲେ ଓ ସନ୍ଧ୍ୟା ରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ତରଫରୁ ରାଜ୍ୟ ସଭାପତି ସୁଜ୍ଞାନୀ ଚୌଧୁରୀ ଙ୍କ ସଭାପତି ତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଭିର୍ଣ୍ଣ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ସେହି ପରି, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ରେ ସଭାପତି ଅମୀୟ କୁମାର ପଟନାୟକ ପତାକା ଉତୋଳନ କରିଥିବା ବେଳେ, କଂଗ୍ରେସ ଓ ବିଜେଡି ଅଫିସି ଠାରେ ସୁକାନ୍ତ ମହାନ୍ତି,ଓ ପାଞ୍ଚନନ ସ୍ୱାଇଁ, ବେଳାଭୂମି ହାଇ ସ୍କୁଲ ରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସ୍ୱାଇଁ,ଲବଣ ସତ୍ୟାଗ୍ରହ ହାଇ ସ୍କୁଲ ରେ ପ୍ରଧାନ ଶିକ୍ଷକ ତରୁଣ କୁମାର ସ୍ୱାଇଁ, ବ୍ଲକ ରେ ଆରତୀ ନାୟକ, ତହସିଲରେ ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପତି,ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର,ସବୁଜ ଶାଖା, ସରସ୍ୱତୀ ଶିଶୁ ମନ୍ଦିର, ଦୁର୍ଗା କ୍ଳବ, ଗଣପତି କ୍ଳବ, ମୋଟର ସଂଘ,ବ୍ୟବସାୟୀ ସଂଘ ରୁ ଦୁଃସାଶନ ପରିଡା ଓ ଭଗବାନ ଲେଙ୍କା ପ୍ରଭୁତି ଜାତୀୟ ପତାକା ଉତୋଳନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ