Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଏସପି ର କର୍ମୀ ସମ୍ମିଳନୀ ଓ କର୍ମକର୍ତା ଚୟନ ବୈଠକ।ଘନଶ୍ୟାମ ହେଲେ ଜିଲ୍ଲା ବିଏସପି ସଭାପତି…

ଲକ୍ଷ୍ମୀପୁର ୧୬/୦୮  ..  କୋରାପୁଟ ପୌରପାଳିକା ଅଡିଟୋରିୟମ ଠାରେ ବହୁଜନ ସମାଜ ପାର୍ଟି ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ଓ କର୍ମୀ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବହୁଜନ ସମାଜ ପାର୍ଟିର କେନ୍ଦ୍ରୀୟ ପ୍ରଭାରୀ ଡଃ ଲାଲଜୀ ମେଧାଙ୍କର , ବିଶିଷ୍ଟ ଅତିଥି ଭାବେ ବହୁଜନ ସମାଜ ପାର୍ଟିର ରାଜ୍ୟ ସଭାପତି  ଟଙ୍କଧର ବାଗ, ସମ୍ମାନୀୟ ଅତିଥି ଭାବରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ  ସରୋଜ କୁମାର ନାଏକ,  ରାୟଗଡା ଜୋନ୍ ଇନ୍ ଚାର୍ଜ  ସଞ୍ଜୀବ କୁମାର୍ ନାଏକ,  ମନୋରଞ୍ଜନ ଟାକ୍ରୀ ,ବିଶୋଇ କୁଲଦୀପ ଙ୍କ ସମେତ ଜିଲ୍ଲାର ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରୁ ଜିଲ୍ଲା ରେ ବିଏସପି ର ସ୍ତିତି ସମ୍ପର୍କ ରେ ଆଲୋଚନା କରାଯାଇଥିଲା।ବିଏସପି ତରଫରୁ ଜିଲ୍ଲା ର ପ୍ରତ୍ୟକ ବ୍ଲକ ରେ କାର୍ଯ୍ୟକ୍ରମ କରାଯାଇ କର୍ମକର୍ତା କରାଯିବା ସକାଶେ ନିଷ୍ପତି ନିଆ ଯାଇଥିଲା। ପ୍ରତ୍ୟକ ବ୍ଲକ କୁ ଯୋଡ଼ାଯାଇ ସଙ୍ଘଠନ କୁ ମଜବୁତ କରାଯିବାକୁ ଆହ୍ୱାନ ଦିଆ ଯାଇଥିଲା।ସଭାରେ ବହୁଜନ ସମାଜ ପାର୍ଟିର କେନ୍ଦ୍ରୀୟ ପ୍ରଭାରୀ ଡଃ ଲାଲଜୀ ମେଧାଙ୍କର  କୋରାପୁଟ ଜିଲ୍ଲାର  ନୂତନ ବିଏସପି ଜିଲ୍ଲା ସଭାପତି ପଦବୀ ସକାଶେ ଘନଶ୍ୟାମ ହଲବା ଙ୍କୁ ଚୟନ କରାଯାଇଥିବା ବେଳେ, ଜିଲ୍ଲା ସାଧାରଣ ସମ୍ପାଦକ ଭାବେ  ପ୍ରଦିପ କୁମାର ସେଠି, ଉପ ସଭାପତି ଭାବେ  ଲୋକନାଥ କାଣ୍ଟାଙ୍କୁ,  ଜିଲ୍ଲା ପ୍ରଭାରୀ  ସୋମନାଥ ଖରା,ବାସୁ ନାଏକ ଓ ଜାକବ ଗାଣ୍ଠାଙ୍କୁ ଘୋଷଣା କରାଯାଇଥିଲା।ନୁଆଁ ଟିମ ଙ୍କୁ ନେଇଁ ଜିଲ୍ଲା ରେ ବିଏସପି କିପରି ଆଗକୁ ବଢିବ ସେଥି ସକାଶେ ଆଲୋଚନା କରାଯାଇଥିଲା।ଲକ୍ଷ୍ମୀପୁର ବିଧାନ ସଭା ବିଏସପି ସଭାପତି  ପ୍ରମୋଦ କୁମାର ତୁରୁକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ