Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷାରେ ରାସ୍ତା ରେ ଖସିଲା ମାଟି ଅତଡ଼ା, ଚାଷ ଜମିରେ ପଶିଲା ମାଟି ଅତଡ଼ା, କୁନ୍ଦାର ରେ ଭାଙ୍ଗିଲା ଘର

ଲକ୍ଷ୍ମୀପୁର, ୧୮/୦୮ …ଲକ୍ଷ୍ମୀପୁର ରେ ଆଜି ଦିନ ତମାମ ଲାଗିରହିଥିଲା ବର୍ଷା। ବର୍ଷା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ, ବଜାର ଘାଟ ଶୂନଶାନ।ଲକ୍ଷ୍ମୀପୁର ବ୍ଲକ ସଦର ସମେତକାକିରିଗୁମା ଅଞ୍ଚଳ ରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ କିଛି ଲୋକଙ୍କ ର ଘର ଭାଙ୍ଗିଥିବା ବେଳେ ପାହାଡ଼ ର ମାଟି ଅତଡ଼ା ଧସି ରାସ୍ତା ରେ ପଡି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଥିଲା। ତ ଗାଁ ଲଛ ମଣି ଗାଁ ଠାରୁ କାକିରିଗୁମା କୁ ସଂଯୋଗ କରୁଥିବା ରାସ୍ତା ରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିଲା।ଖବର ପାଇ ଲକ୍ଷ୍ମୀପୁର ତହସିଲଦାର   ନୈବଦ୍ୟ ଭୋଇ ମାଟିଅତଡ଼ା ପଡିଥିବା ସ୍ଥାନ ପରିଦର୍ଶନ କରି ରାସ୍ତା ସଫା କରିବା ସକାଶେ ବ୍ୟବସ୍ତା କରିଥିଲେ,  ଆରଡ଼ି ବିଭାଗ ର ଯନ୍ତ୍ରୀ ଉପସ୍ଥିତ ରହି ଜେସିବି ମେସିନ ସାହାଯ୍ୟ ରେ ମାଟି ଅତଡ଼ା କଢ଼ା ଯିବାପରେ ରାସ୍ତା ସଫା ହୋଇଥିଲା। ଲଛମଣି ଗାଁ ସମେତ କିଛି କିଛି ଗାଁ ର ଅନେକ ଚାଷୀ ଙ୍କ ଚାଷ ଜମିରେ ପାହାଡ଼ ର ମାଟି ଅତଡ଼ା ଖସି ଜମି ଭିତରେ ମାଟି ଫସି ଥିବାରୁ ଅନେକ ଚାଷୀଙ୍କ ଚାଷଜମି ନଷ୍ଟ ହୋଇଛି… କିଛି ଚାଷୀ ତହସିଲଦାର ଙ୍କୁ ଅଭିଯୋଗ କରିଥିବା ବେଳେ କ୍ଷୟ କ୍ଷତି ଆକଳନ କରି କ୍ଷତି ପୂରଣ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।ସେହିପରି ପଞ୍ଚଡା ଗ୍ରାମ ପଂଚାୟତ ର କୁନ୍ଦାର ଗାଁ ରେ ଜଣ ଙ୍କ ର ଘର ଭାଙ୍ଗି ଯାଇଥିବା ବେଳେ ଆର ଆଇ ପହଂଚି ପଲିଥିନ ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ