Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ଦେବାର ମାସେ ପୂରିନି:ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ବଦଳି,ବାତିଲ ପାଇଁ ଉଠିଲା ଦାବି

ସମ୍ବଲପୁର:ନିକଟ ଅତୀତ ରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ପଦୋନ୍ନତି ପାଇ ସମ୍ବଲପୁର ଠାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ।ଶ୍ରୀ ପ୍ରଧାନ ଜଣେ ଅଭିଜ୍ଞ ଓ ବିଚକ୍ଷଣ ଶିକ୍ଷାଧିକାରୀ ଭାବେ ତାଙ୍କର ଖ୍ୟାତି ରହିଛି। ଗୁଣାତ୍ମକ ଶିକ୍ଷା ର ପ୍ରସାର ପ୍ରଚାର କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି।ସମ୍ବଲପୁର ଠାରେ ତାଙ୍କ ଯୋଗଦାନ ଫଳରେ ବୁଦ୍ଧିଜୀବୀ ଓ ଶିକ୍ଷା ପ୍ରେମୀ ତଥା ସମ୍ବଲପୁର ଆଖ ପାଖ ଜିଲ୍ଲା ମାନଙ୍କରେ ଶିକ୍ଷାର ବିକାଶ ପାଇଁ ଏକ ଆଶା ସଂଚାର ହୋଇଥିଲା।ମାତ୍ର ସେ କିଛି କାମ ଆରମ୍ଭ କରି ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ତାଙ୍କୁ ହଠାତ ମାସକ ଭିତରେ କଟକ ବୋର୍ଡ଼ ଅଫିସ କୁ ବଦଳି କରାଯାଇଥିବା ନେଇ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଜିଲ୍ଲାରେ ନାପସନ୍ଦ କରାଯାଇଛି।ଏ ଖବର ମିଳିବା ପରେ ସମ୍ବଲପୁର ରେ ପୁଣି ଏକ ନୈରାଶ୍ୟ ଭାବ ସୃଷ୍ଟି ହୋଇ ତୁରନ୍ତ ଏହା କୁ ବାତିଲ କରାଯାଇ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଳବତ୍ତର ରଖିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଓଡିଶା ରେ ବହୁ ଅଧିକାରୀ ଥିବା ସତ୍ୱେ ମାତ୍ର ମାସକ ମଧ୍ୟରେ ଜଣେ ସକ୍ରିୟ ପଦାଧିକାରୀ ଙ୍କୁ କାହିଁକି ଏଠାରୁ ବଦଳି କରାଗଲା ତାହା ସମସ୍ତ ଶିକ୍ଷାପ୍ରେମୀ ଙ୍କୁ ଆଶ୍ଚର୍ଯ୍ୟ କରିଛି।ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ ସମ୍ୱଲପୁର ଜିଲ୍ଲାପାଳଙ୍କ ପ୍ରେରଣା ରେ ସମସ୍ତେ କର୍ମତପ୍ତର ଥିବା ବେଳେ ଆଞ୍ଚଳିକ ନିର୍ଦ୍ଦେଶକ ଙ୍କ ବଦଳି କୁ ସମ୍ବଲପୁର ବାସୀ ଦୃଢ଼ ବିରୋଧ କରିବା ସଙ୍ଗେ ସଙ୍ଗେ ସାମୁହିକ ସ୍ଵାର୍ଥ ଦୃଷ୍ଟିରୁ ଏହି ବଦଳିକୁ ବାତିଲ କରି ଶ୍ରୀ ପ୍ରଧାନ ଙ୍କୁ ଏଠି ପୂର୍ବବତ ଆଞ୍ଚଳିକ ନିର୍ଦେଶକ ଭାବେ କାମ କରିବାକୁ ସୁଯୋଗ ଦେବାକୁ ଶିକ୍ଷାପ୍ରେମୀ ମହଲ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ,ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରାଯାଇଥିବା ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଡାକ୍ତର ରାଜରାମ ଷଡ଼ଙ୍ଗୀ ପ୍ରମୁଖ ଜଣେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ