Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ-ଏନସିଆରରେ କୁକୁରଙ୍କ ସ୍ଥାନାନ୍ତରଣକୁ ନେଇ ଏଭଳୀ କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର କୁକୁରମାନଙ୍କୁ ନେଇ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ତିନି ଜଣିଆ ଖଣ୍ଡପୀଠରେ ସ୍ପଷ୍ଟ କରାଯାଇଛି ଯେ ସମସ୍ତ କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖାଯିବ ନାହିଁ ବରଂ ଟୀକାକରଣ ଏବଂ ବନ୍ଧ୍ୟାକରଣ ପରେ ସେମାନଙ୍କୁ ସେମାନଙ୍କ ପୂର୍ବ ସ୍ଥାନରେ ଛାଡି ଦିଆଯିବ।

ବିଚାରପତି ବିକ୍ରମ ନାଥ କହିଛନ୍ତି ଯେ ବର୍ତ୍ତମାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ତେବେ ଏପରି ଅନ୍ୟ କିଛି ମାମଲା ବର୍ତ୍ତମାନ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ଅବସ୍ଥାରେ ଅଛି ଏବଂ ଏପରି ସମସ୍ତ ମାମଲା ଏହି କୋର୍ଟକୁ ସ୍ଥାନାନ୍ତର କରାଯିବ ଯାହା ଦ୍ୱାରା ଏକ ଜାତୀୟ ନୀତି ପ୍ରସ୍ତୁତ କରାଯାଇପାରିବ। ବୁଲା କୁକୁରମାନଙ୍କୁ ଖୋଲାରେ ଛାଡିବାକୁ ବାରଣ କରାଯାଇଥିବା ଆଦେଶ ଉପରେ ବର୍ତ୍ତମାନ ସ୍ଥଗିତାଦେଶ ଜାରି କରାଯାଇଛି।

ଆକ୍ରମଣାତ୍ମକ ଆଚରଣ ଏବଂ ରାବିଜ୍ ଥିବା କୁକୁରମାନଙ୍କୁ ଟୀକାକରଣ କରାଯିବା ଉଚିତ ବୋଲି ଜଷ୍ଟିସ୍ ନାଥ କହିଛନ୍ତି।ତେବେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ଏନଭି ଅଞ୍ଜାରିଆ ଅଗଷ୍ଟ ୧୪ ତାରିଖରେ ଏହି ମାମଲାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। କାରଣ ଅଗଷ୍ଟ ୧୧ ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରର ରାସ୍ତାରୁ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ ‘କୁକୁର ଆଶ୍ରୟସ୍ଥଳ’କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଯେଉଁମାନେ କୁକୁରମାନଙ୍କୁ ଧରିବାରେ ବାଧା ସୃଷ୍ଟି କରୁଥିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ