Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଂସରା କଲ୍ୟାଣ ଆଶ୍ରମ ରେ ଅନାଥ ଶିଶୁ ଓ ମା ମାନଙ୍କ ଶୈକ୍ଷିକ କର୍ମଶାଳା

ସମ୍ବଲପୁର: ଵରଗାଁ ନିକଟସ୍ଥ ବଂସରା କଲ୍ୟାଣ ଆଶ୍ରମ ଠାରେ ସମ୍ପ୍ରତି ପଞ୍ଚମ ମାସ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସାମୁହିକ ପ୍ରାର୍ଥନା ପରେ ନୈତିକ ଶିକ୍ଷା ଆଧାରରେ ପରିବାର ଶରୀର ର ଯତ୍ନ ଓ ପରିଷ୍କାର ପରିଚ୍ଛନ୍ନତା ତଥା ଆଚରଣ ଶୃଙ୍ଖଳା ଓ ସକରାତ୍ମକ ଚିନ୍ତାଧାରା ନେଇ କାମ କରବାକୁ ଶିକ୍ଷାବିଦ ରାଜେନ୍ଦ୍ର ପଣ୍ଡା ଓ ଇଂଜିନିଅର ସୁଶାନ୍ତ ଗୁରୁ ବିଭିନ୍ନ ଉଦାହରଣ ସହ ପିଲାଙ୍କୁ ବୁଝେଇଥିଲେ।ଏହିଅବସରରେ ପିଲାଙ୍କୁ କାହାଣୀ କହିବା ଶୈଳୀ ଉପରେ ତାଲିମ ଦିଆ ଯାଇଥିଲା । କର୍ମଶାଳା ରେ ଛଅ ଜଣ ବାପ ଛେଉଣ୍ଡ ଝିଅ ଓ ଦୁଇଜଣ ପୁଅ ନିଜ ନିଜ ମା ମାନଙ୍କ ସହ ଉପସ୍ଥିତ ଥିଲେ।ମା ମାନେ ଘରେ ପିଲାଙ୍କ ପାଠପଢା ଦେଖିବା ସହ ସଂସ୍କାର କିପରି ଦେବେ ସେ ବିଷୟ ରେ କାର୍ଯ୍ୟକ୍ରମ ର ଉଦ୍ୟୋକ୍ତା ଇ,ବିଭୁତି ନାରାୟଣ ମାଝୀ, ଓ ଆଶ୍ରମର ସଭାପତି ରାସବିହାରୀ ପଣ୍ଡା ପିଲାଙ୍କୁ ବୁଝେଇ ଏ ଦିଗ ରେ ମା ନେ ଧ୍ୟାନ ଦେବାକୁ କହିଥିଲେ।ଥିଲେ ,ହନୁମାନ ଭଜନ ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ ସହ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଛି,ସୀତା ରାମ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିବା ବେଳେ। ଅନ୍ୟତମ ସଭ୍ୟ ଶ୍ରୀ ଦୀପକ ପୂଜାରୀ ଓ ଇ. ଉଦୟାନ ପଣ୍ଡା ଆଭାସି ମାଧ୍ୟମ ରେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।ଆରମ୍ଭରୁ କବି ସ୍ବର୍ଗତ ବିନୋଦ ପଶାୟତ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏହି ଶୈକ୍ଷିକ କର୍ମଶାଳା ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଅନୁଷ୍ଠିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ