Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶମନ୍ତପୁର ରେ ଅଜଣା ରୋଗ ଆକ୍ରାନ୍ତ ଘଟଣା, ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି, ସାତ ଆକ୍ରାନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ  ଓଡପୁର ଗାଁ ରେ ଗତ ଏକ ସପ୍ତାହ ଧରି ଓଜଣା ରୋଗରେ ଆକ୍ରାନ୍ତ ହୋଇ ୪ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ର ମୃତ୍ୟୁ ହୋଇଛି। ପ୍ରଥମିକ ସ୍ତର ରେ ଏହା ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଥିବା ବେଳେ ୮ ଜଣ ଆକ୍ରାନ୍ତ ହୋଇ କୋରାପୁଟ ଏସଏଲ ଏନ ମେଡିକାଲ କଲେଜ ରେ ଚିକିତ୍ସା ହେଉଛନ୍ତି। ଆଜି ଖଗପତି ଗୌଡ଼ ନାମକ ବ୍ୟକ୍ତି ଙ୍କ ର କୋରାପୁଟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଖବର ଜାଣିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କ ନେତୃତ୍ବରେ  ଜିଲ୍ଲା ଓ ବ୍ଲକ ର ଏକ ସ୍ବାସ୍ଥ୍ୟ ଟିମ୍ ଓଡପୁର ଗାଁ ରେ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା  ଜଣାପଡିଛି।  ସ୍ବାସ୍ଥ୍ୟ ଟିମ୍ ଗାଁ ରେ ଯାଇ କେଉଁ କାରଣରୁ ଗାଁ ରେ ଝାଡାବାନ୍ତି ବ୍ୟାପୁଛି, କାହା ପାଖରେ ଉତ୍ତର ନ ଥିବା ଜଣାପଡିଛି। ଅନ୍ୟ ପଟେ ଗାଁ ର କିଛି ଲୋକ ଗାଁ ନିକଟସ୍ଥ ଝରଣା ପାଣି ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି। ଏଥିରେ ଗାଁ ର ନଳକୂଅ ର ପାଣି ପରୀକ୍ଷା ପାଇଁ ସଂଗ୍ରହ କରି ଥିବା ବେଳେ, ସମସ୍ତେ ସଚେତନତା ରହିବା ଲାଗି ସ୍ବାସ୍ଥ୍ୟ ଟିମ୍ ଘରେ ଘରେ ବୁଲି, ଲୋକ ଙ୍କୁ, ଓ ଆର୍ ଏସ୍ ବାଣ୍ଟିବା ସହିତ, ଗରମ ପାଣି ପିଇବା, ଗରମ୍ ଖାଦ୍ୟ ଖାଇବା ପାଇଁ କୁହା ଯାଇଥିଲା। ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା ଆଜି ଓଡ଼ପୁର ଗସ୍ତ କରି ପରିସ୍ଥିତି ସମ୍ପର୍କରେ ଗ୍ରାମ ବାସି ଙ୍କ ଠାରୁ ସବୁକଥା ବୁଝିବା ପରେ ଜିଲ୍ଲା ସ୍ଵାସ୍ଚ୍ୟ ବିଭାଗ ଉପରେ ଦୋଷ ଲୋଦି ଛନ୍ତି. ସେ କହିଛନ୍ତି ୫ ଜଣଙ୍କ ର ଜୀବନ ଯିବା ପରେ ମଧ୍ୟ ସ୍ଵାସ୍ଚ୍ୟ ବିଭାଗ ର ଚେତା ପସିନୀ… କେଉଁ କାରଣରୁ ମୃତ୍ୟୁ ହୋଇଛି ସ୍ଵାସ୍ଚ୍ୟ ବିଭାଗ ପାଖରେ ଉତ୍ତର ନାହିଁ,, ପାଞ୍ଚଟି ଶବ ମଧ୍ୟରୁ ଜଣଙ୍କ ର ହେଲେ ବ୍ୟବଛେଦ କରାଯାଇନାହିଁ…. କାହିଁକି ବ୍ୟବଛେଦ ନକରି ପରିବାର କୁ ହସ୍ତାନ୍ତର କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ