Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସିବିର l

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ସୋମଵାର ଦିନ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି ସିବିର ଅନୁଷ୍ଠିତ ହୋଇ ଯାଇ ଅଛି l ଜିଲ୍ଲାପାଳ ମହୋଦୟ ଜନ ଶୁଣାଣୀକୁ ଆସୁଥିବା ଖବର ପ୍ରଚାରିତ ହେବା ପରେ ପୂର୍ବ ଜନ ଶୁଣାନୀ ଅପେକ୍ଷା ଆଜିର ଦିନରେ ଜନ ସାଧାରଣ ଙ୍କ ଗହଳି ହୋଇ ଥିବାର ଦେଖିବାକୁ ମିଳିଥିଲା l ବିଶେଷ କରି ରାସ୍ତା, ରାଶନ କାର୍ଡ, ପାନୀୟଜଳ,ଭତ୍ତା,ଅବକାରୀ, ଜବର ଦଖଲ, ଭିର୍ଣ୍ଣକ୍ଷମ, ଜଳ ସମ୍ପଦ ଆଦି ଉପରେ ଲୋକ ମାନେ ଅଭିଯୋଗ ପତ୍ର ଦେବାପରେ, ଜିଲ୍ଲାପାଳ ମହୋଦୟ ବିଭାଗୀୟ ଅଧିକାରୀ ଙ୍କୁ ଡାକି ତାହାର ସମସ୍ୟା ସହ ସମାଧାନ କିପରି କରାଯାଇ ପାରିବ ସେ ବିଷୟ ରେ ଅଲୋଚନା କରିଥିବା ବେଳେ, ଏହିପରି 120 ଟି ଅଭିଯୋଗ ପତ୍ର ବିଚାର ପାଇଁ ପଞ୍ଜିକରଣ କରା ଯାଇଥିଲା l ଏହି ଯୁଗ୍ମ ଜନ ଶୁଣାଣି ସିବିର ରେ, ଏ ଡି ଏମ, ରାଜ କିଶୋର ଜେନା, ଏସ ଡି ଓ ସ୍ମୃତି ରଞ୍ଜନ ବେହେରା, ପ୍ରକଳ୍ପ ନିର୍ଦେଶକ ପ୍ରିୟ ରଞ୍ଜନ ପୃଷ୍ଟି,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ, ତାହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶନୀ ପତି, ବି ଡି ଓ, ସସ୍ମିତା ବେହେରା ଉପଖଣ୍ଡ ପୋଲିସ ଅଧିକାରୀ ଜନାର୍ଦନ ପାଢ଼ୀ, ରେଞ୍ଜର ମୋନାଲିଶା ମହାପାତ୍ର,ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣିରେ ଭାଗ ନେବା ସହ ବିଭିର୍ଣ୍ଣ ବିଭାଗୀୟ ଅଧିକାରୀ ତଥା,ବ୍ଲକ କୃଷି ଅଧିକାରୀ ବି ଅର୍ପିତା, ବିଦୁତ ବିଭାଗ ର ମୁଖ୍ୟ ସ୍ମୃତି ରଞ୍ଜନ ବେହେରା, ଉଦ୍ୟାନ ବିଭାଗ ର ଯୁଗଳ କିଶୋର ବର୍ଲା, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠି,ଡ଼କ୍ଟର ସଞ୍ଜୟ କୁମାର ପ୍ରଧାନ,ଅବକାରୀ ବିଭାଗ ନିମାପଡା ଅଧିକାରୀ ପ୍ରଭାକର ସେଠି,ଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଅଭିଯୋଗ ଶୁଣାଣି ସରିଲା ପରେ ଜିଲ୍ଲା ପାଳ ଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ପିର ଜାହାନିଆଁ ବେଳାଭୂମି ପରିଦର୍ଶନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ