Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମ କୁ ନୁହଁ ନାମକୁ ମାତ୍ର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି…କୁଟିଙ୍ଗାରେ ପହଁଚିଲା ତିନୋଟି  ଅଭିଯୋଗ ଶୁଣାଣି …

ଲକ୍ଷ୍ମୀପୁର ୨୫/୦୮ କୋରାପୁଟ ଜିଲ୍ଲା ରେ ଆଗରୁ କେବଳ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଙ୍କ  ଅଭିଯୋଗ ଶୁଣାଣି କରାଯାଉଥିଲା, ବର୍ତମାନ କିଛି ମାସହେଲା ପଞ୍ଚାୟତ ସ୍ତର ରେ ଅଭିଯୋଗ ଶୁଣାଣି କରାଯାଉଛି। ଏହି ଅଭିଯୋଗ ଶୁଣାଣି କାମକୁ ନୁହଁ ନାମକୁ ମାତ୍ର ବୋଲି ଅଭିଯୋଗ ହୋଇଛି। ଗ୍ରାମ ପଞ୍ଚାୟତ ଅଭିଯୋଗ ଶୁଣାଣି ରେ ବ୍ଲକ କାର୍ଯ୍ୟାଳୟ ରେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ରେ ଅଧିକାରୀ ମାନେ ସମ୍ପୃକ୍ତ ଗ୍ରାମପଂଚାୟତ ରେ ଯୋଗ ଦେଇଥାଉଛନ୍ତି, ବିଡମ୍ବନା ର ବିଷୟ କିନ୍ତୁ ଅଭିଯୋଗ ଗୁଡିକ ଯେଉଁ ଭଳି ପହଂଚିବା କଥା ସେଭଳି ପହଂଚୁ ନଥିବା ଦେଖା ଦେଇଛି।ସୋମବାର ଅନୁଷ୍ଠିତ
ଲକ୍ଷ୍ମୀପୁର ବ୍ଲକ୍ କୁଟିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରେ
ସରପଞ୍ଚ ସୁଲୋଚନା ମାଝିଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ରେ ବିଡ଼ିଓ ସବ୍ୟସାଚୀ ବେହେରା ଙ୍କ ସମେତ ସିଡିପିଓ ପାର୍ବତୀ ଆଚାର୍ଯ୍ୟ,ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଫୁଲ୍ଲ ସାହୁ,ଗ୍ରାମୀଣ ଆବାସ ଯୋଜନା କୋଡିନେଟର ଜନାର୍ଦ୍ଧନ ଚୌଧରୀ,ଓଡ଼ିଶା ଜୀବିକା ମିଶନ ବିପିଏମଓ ଟୁନା ଖଟେଇ,ବ୍ଲକ୍ ରିଶୋର୍ସ କୋଡିନେଟର ଦାମଦର କନ୍ଦପାଣି ଙ୍କ ସମେତ  ଭେଟେନାରୀ,ବନବିଭାଗ,ଉଠା ଜଳ ସେଚନ ଶିଶୁ କଲ୍ୟାଣ ବିଭାଗ,ରାଜସ୍ବ ବିଭାଗ ଅଧିକାରୀ ଙ୍କ ସମେତ, ଅଙ୍ଗନବାଡି କର୍ମୀ,ଏମ୍ବିକେ ଓ ସିଆରପି ମହିଳା ମାନେ ଉପସ୍ଥିତ ଥିଲେ, କିନ୍ତୁ ମାତ୍ର ତିନୋଟି ଅଭିଯୋଗ ଆସିଥିଲା।ଆଗକୁ ପଞ୍ଚାୟତ ରେ ଅଭିଯୋଗ ଶୁଣାଣି କରାନଯାଇ ସିଧା ବ୍ଲକ ସ୍ତରରେ କରାଗଲେ ପଞ୍ଚାୟତ ଶୁଣାଣି ଦିନ ଅନ୍ୟ ଲୋକ ମାନେ ଯେଉଁ ମାନେ ବିଭିନ୍ନ କାର୍ଯ୍ୟ ନେଇଁ ବ୍ଲକ କୁ ଆସିଥାନ୍ତି ସେମାନେ ଉପକୃତ ହୋଇପାରିଥାନ୍ତେ ବୋଲି ଅନେକଲୋକେ ପ୍ରକାଶ କରିଛନ୍ତି।କୁଟିଙ୍ଗା ପିଇଓ ଉର୍ବଶୀ ତୁରୁକ କାର୍ଯ୍ୟକ୍ରମ ପରିଚାଳନା କରିବା ବେଳେ ଏଡିଓ ସୁବାସ ପଣ୍ଡିତ ଓ ଜିଆରଏସ ଗୁଡ଼ିଆ ନାୟକ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ