Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ କୋରାପୁଟ ପୋଲିସ ତରଫରୁ ଅପରେସନ ଦୁର୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର ୨୫/୦୮ ..ଲକ୍ଷ୍ମୀପୁର  ମହାବିଦ୍ୟାଳୟ ପରିସରରେ  କୋରାପୁଟ ପୁଲିସ ତରଫରୂ ନାରୀ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଓ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି… ଏହାକୁ ପୋଲିସ ତରଫରୁ”ଅପରେସନ ଦୂର୍ଗା: ବା ନାରୀ ସୁରକ୍ଷା ନାମରେ ନାମିତ କରାଯାଇଛି। ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ   ଏ ଏସ ପି  ଶ୍ରୀମତୀ ମୋନବ୍ରତା ଶତପଥୀ ନାରୀ ସୂରକ୍ଷା ବିଷୟରେ ସମସ୍ତ ଛାତ୍ରୀମାନଙ୍କୁ ଅବଗତ କରାଇବା ସହିତ ସଚେତନ ହେବାକୁ ପ୍ରବର୍ତ୍ତାଇ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଥାନା ଆଇ ଆଇ ସି ସୁଜ୍ଞାନୀ ସାହୁ ମଧ୍ଯ ତାଙ୍କ ଭାଷଣରେ ଛାତ୍ରୀମାନଙ୍କୂ  ଏହି ନାରୀ ସୂରକ୍ଷା ଉପରେ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ମଧ୍ଯ ସଚେତନ କରିବାକୁ ଆହ୍ବାନ ଦେଇ ଥିଲେ। ଛାତ୍ରୀ ମାନେ କେଉଁ ପରିସ୍ଥିତି ରେ ମଧ୍ୟ ଅସୁବିଧା ରେ ସମ୍ମୁଖୀନ ହେଲେ କିମ୍ବା କେହି ଅସୁବିଧା ରେ ସମ୍ମୁଖୀନ ହଉଥିଲେ ତୁରନ୍ତ ପୋଲିସ ସହ ଯୋଗାଯୋଗ କରିବାକୁ ଟୋଲ ଫ୍ରି ନମ୍ବର ରେ ସହାୟତା ନେବା ସକାଶେ ପ୍ରକାଶ କରିଥିଲେ।ସେହିପରି ସାଇବର ସମନ୍ଧୀୟ  ଠକାମୀ ରୁ ସତର୍କ ରହିବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ମୌତସୀ ପ୍ରଧାନ ଏବଂ କଲେଜ ର ଛାତ୍ରୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ