Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୧ଟାରେ ସମୟରେ ପୁରୀ ରେଳ ଷ୍ଟେସନରୁ ଓଡିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ବିଧାୟକ ଏବଂ ସାଂସଦ ଯୋଗଦେବେ।

ECoR ସୂତ୍ର ଅନୁଯାୟୀ ଏହି କାର୍ଯ୍ୟକ୍ରମ ସକାଳ ୯ ଟାରୁ ଆରମ୍ଭ ହେବ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ୧୬ ଟି କୋଚ୍ ସହିତ ସେମି ହାଇ ସ୍ପିଡ୍ ର ଏହି ଟ୍ରେନ ଚଳାଚଳ ନିୟମିତ ଭାବେ ମେ ୨୦ ରୁ ଆରମ୍ଭ ହେବ। ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ। ଏଥିରେ ସାତୋଟି ଷ୍ଟପ୍ ରହିବ। ଏହି ଏକ୍ସପ୍ରେସ ପୁରୀରୁ ହାଓ୍ବଡା ଯିବା ମଧ୍ୟରେ ଖଡଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ , ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡରେ ଅଟକିବ। ଷ୍ଟେସନରେ ଏହା କେବଳ ଦୁଇ ମିନିଟ୍ ପାଇଁ ଅଟକିବ ବୋଲି ସୂତ୍ରରୁ ପ୍ରକାଶ।

ଟ୍ରେନ୍ ସକାଳ ୬.୧୦ ରେ ହାଓ୍ବଡା ଛାଡି ୧୨.୩୫ ରେ ପୁରୀରେ ପହଞ୍ଚିବ। ସେହପରି ଏହା ପୁରୀରୁ ୧.୫୦ ରେ ଛାଡିଲେ ରାତି ୮.୩୦ ରେ ହାଓ୍ବଡା ପହଞ୍ଚିବ ବୋଲି ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ