Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ କୁହୁଡି, ଗାଡି ଚଳାଚଳ ଆଂଶିକ ବ୍ୟାହତ

ଲକ୍ଷ୍ମୀପୁର ୨୭/୦୮ …ଲକ୍ଷ୍ମୀପୂରରେ ବୁଧବାର ଝିପି ଝିପି ବର୍ଷା ସହ ପ୍ରବଳ  କୁହୁଡି  ଲାଗି ରହିଥିଲା…. ସନ୍ଧ୍ୟା ୪ ଟା ଠାରୁ କୁହୁଡିରେ ଆଚ୍ଛାଦିତ  ହୋଇ ରହିଥିଲା ସମଗ୍ର ଅଂଚଳ। ରାୟଗଡା ଓ କୋରାପୁଟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ରେ ଗାଡି ଚଳା ଚଳ ଏକ ପ୍ରକାର ଆଂଶିକ ଭାବେ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଥିଲା। ରାସ୍ତା ଦିଶା ଯାଉନଥିବା କାରଣରୁ ଅନେକ ଗାଡି ଗୁଡିକ କିଛି କିଛି ସମୟ ସକାଶେ ରାସ୍ତା କଡରେ ରଖି ଦେଇଥିବା ଦେଖିବାକୁ ମିଲିଥିଲା…. ଏତେ ପରିମାଣ ରେ କୁହୁଡି ଲାଗିରହିଥିଲା କି ମୁହଁ କୁ ମୁହଁ ଦିଶିବା ମଧ୍ୟ ସମ୍ଭବ ହୋଇପାରୁନଥିଲା। ଜାତୀୟ ରାଜପଥ ରେ ଦ୍ରୁତ ଗତି ରେ ଯିବା ଗାଡି ଗୁଡିକ ଦୁର୍ଘଟଣା ର ସମ୍ମୁଖୀନ ଆଶଙ୍କା ମଧ୍ୟ ଏଡାଇ ଦିଆ ନଯାଇପାରେ ବୋଲି ଲୋକେ କହିଛନ୍ତି।ପ୍ରାୟ ଦେଢ଼ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଝିପି ଝିପି ବର୍ଷା ସହ କୁହୁଡି ଲାଗି ରହିଥିଲା, କୁହୁଡି ଓ ବର୍ଷା କାରଣରୁ ଆଜି ଗଣେଶ ପୂଜା ସମ୍ପୂର୍ଣ ଭାବେ ଫିକା ପଡିଯାଇଛି।ଲୋକେ ଗଣେଶ ପୂଜା ପାଣ୍ଡେଲ କୁ ଯିବାକୁ ମଧ୍ୟ ଇଚ୍ଛା ପ୍ରକାଶ ହଉନଥିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ