Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା

ଲକ୍ଷ୍ମୀପୁର ୨୭/୦୮…. ଲକ୍ଷ୍ମୀପୁର ର ବିଭିନ୍ନ ବିଦ୍ୟାଳୟ ସମେତ ବେସରକାରୀ ଅନୁଷ୍ଠାନ ଓ ଘରେ ଘରେ ପାଳନ କରାଯାଇଛି ଗଣେଶ ପୂଜା। ଗଣେଶ ପୂଜାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ,ପାର୍ବଣ ଋତୁ ଆସିବା ମାତ୍ରେ ଚଳ ଚଞ୍ଚଳ ହୋଇ ଉଠିଥାଏ ପଲ୍ଲୀ ଠାରୁ ସହର,, ବୁଧବାର
ସକାଳୁ ପାଗ ଶୁଖିଲା ରହିଥିବା କାରଣରୁ ବିଦ୍ୟାଳୟ ମାନଙ୍କ ରେ ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ନୁଆଁ ବସ୍ତ୍ର ପରିଧାନ କରି ବିଭିନ୍ନ ପ୍ରକାର ଫଳ ମୁଳ ନଡ଼ିଆ କଦଳୀ ମାଧ୍ୟମରେ ପୂଜା କରି ବିନାୟକ ଙ୍କୁ ଆହ୍ୱାନ କରିଥିଲେ… ଅପରାହ୍ନ ରେ କିନ୍ତୁ ଲଘୁଚାପ ଜନିତ ବର୍ଷା ଓ ପ୍ରବଳ କୁହୁଡି ଗଣେଶ ପୂଜା କୁ ଫିକା କରିଦେଇଛି… ଲୋକେ ପୂଜା ପେଣ୍ଡେଲ କୁ ଯିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି।ସେହିପରି ଲୋକେ ଘରେ ଅଗ୍ରପୁଜ୍ୟ ବିନାୟକ ଙ୍କୁ ଆହ୍ୱାନ କରି ପୂଜା କରିଥିବା ଦେଖିବାକୁ ମିଳିଛି।ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ସାଙ୍ଗନା ଉଚ୍ଚ ବିଦ୍ୟାଳୟ ରେ ସୁଜିତ ସାମଲ, ଶିଶୁମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ, କୋଡୀଙ୍ଗା ମାଳି ସୁରକ୍ଷା ମଞ୍ଚ କାର୍ଯ୍ୟାଳୟ ରେ ସଭାପତି ପ୍ରଦୀପ ବାଘ , ମାର୍କେଟ ୟୁନିଅନ ର ମଣ୍ଡପ ରେ ଉମାଶଙ୍କର କର୍କରା ଓ ଉପର ଦୋରା ସାହି ପୂଜା ମଣ୍ଡପ ରେ ଗୋପୀନାଥ ମହାପାତ୍ର କର୍ତା ଭାବେ ରହି ଗଣେଶ ଙ୍କୁ ପୂଜା କରିଥିଲେ। ସେହିପରି ଲକ୍ଷ୍ମୀପୁର ର ଅନେକ ପୂଜା ମଣ୍ଡପ ରେ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା ଚାଲୁ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ