ପଟ୍ଟାଙ୍ଗି୨୭/୦୮ସ୍ୱାସ୍ଥ୍ୟ କେନ୍ଦ୍ର କୁ ସବୁ ସମୟରେ ବିଭିନ୍ନ ଗ୍ରାମରୁ ଆସିଥାନ୍ତି ରୋଗୀ କିନ୍ତୁ ଏହିପରି ସ୍ଥିତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗଣେଶ ବିଗ୍ରହ ପ୍ରତିଷ୍ଠା କରି ସମସ୍ତ ଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଗୋଟିଏ ଭକ୍ତି ମୟ ପରିବେଶ ସୃଷ୍ଟି କରିଛନ୍ତି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମାରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ସୂଚନା ମୁତାବକ ଉକ୍ତ କେନ୍ଦ୍ର ର ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସବ୍ ସେଣ୍ଟର କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଆୟୁଷମାନ ଆରୋଗ୍ୟ ମନ୍ଦିର ର ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାଗବତ ମୁର୍ମୁ ଙ୍କ ସହଯୋଗ ରେ ଦିର୍ଘ ମାସେ କାଳ ପରିଶ୍ରମ ରେ ହୋଇ ଥିବା ଗଣେଶ ବିଗ୍ରହ ତଥା ମନ୍ଦିର ପ୍ରତିଷ୍ଠା କରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭକ୍ତି ମୟ ପରିବେଶ ସୃଷ୍ଟି କରିଛନ୍ତି । ଏହି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବ୍ଲକ୍ ର ଅଣକୋଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଲୋକେ ପହଞ୍ଚି ଗଣେଶ ବିଗ୍ରହ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ଫେରିଛନ୍ତି । ସେପଟେ ଉକ୍ତ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ଗତ ୨୫ ତାରିଖ ଦିନ ଅଙ୍କୁରାରୋପଣ ଏବଂ ୨୪ ତାରିଖରେ ୨୧ଗୋଟି କଳସ ଯାତ୍ରା କାର୍ଯ୍ୟକ୍ରମ ସମାପନ କରିଥିଲେ । ଶେଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜନସାଧାରଣ ଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ସେବନ କାର୍ଯ୍ୟକ୍ରମ ରଖା ଯାଇଥିଲା ।
ସ୍ୱାସ୍ଥ କେନ୍ଦ୍ର ପରିସରରେ ଗଣେଶ ବିଗ୍ରହ ପ୍ରତିଷ୍ଠା କରି ସୃଷ୍ଟି କଲେ ଉଦାହରଣ
