Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଶ୍ଳୀଳ ନୃତ୍ୟ ଦେଖି ଆଇଟମ୍ ଗାର୍ଲ ନିଶାଙ୍କୁ ଚେୟାର ଫିଙ୍ଗିଲେ ଦର୍ଶକ

ଜଟଣୀ ଥାନା ଛକରେ ପଡ଼ିଥିଲା ପାର୍ବତୀ ଗଣନାଟ୍ୟ। ଶୁକ୍ରବାର ରାତିରେ ଚାଲିଥିଲା ରଙ୍ଗାରଙ୍ଗ ମେଲୋଡ଼ି। ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଡାନ୍ସରେ ମତୁଆଲା ହୋଇଯାଇଥିଲେ ଦର୍ଶକ। ଏତିକି ବେଳେ ପେଣ୍ଡାଲ ଉପରକୁ ଉଡ଼ିଲା ଚେୟାର। ଆଗ ଧାଡ଼ିରେ ବସିଥିବା ଜଣେ ଯୁବକ ଠିଆ ହୋଇ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ କରିଥିଲେ।

ତେବେ ନିଶାଙ୍କ ଦେହରେ ଆଘାତ ଲାଗି ନଥିବା ଜଣାପଡ଼ିଛି।ଜଟଣୀ ଥାନା ଛକରେ ଅପେରା ଚାଲିଥିଲା ବେଳେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଚେୟାର ମାଡ଼ ହୋଇଛି। ଯାତ୍ରା ବହି ଆରମ୍ଭ ପୂର୍ବରୁ ନିଶା ମହାରଣା ଅଶ୍ଳୀଳ ନୃତ୍ୟ କରୁଥିବା ବେଳେ ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ତେବେ ଚେୟାରଟି ନିଶାଙ୍କ ଦେହରେ ବାଜି ନଥିଲା। ନିକଟରେ ଥିବା ଅନ୍ୟ କିଛି ଯୁବକ ଚେୟାର ଫିଙ୍ଗିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଚେୟାର ଫୋପାଡିଥିବା ଯୁବକ ଜଣକ ଖୋର୍ଦ୍ଧାର ବୋଲି ଜଣାପଡ଼ିଛି। ଦୁର୍ବୃତ୍ତମାନେ ପେଣ୍ଡାଲ ବାହାରେ ଥିବା ଯୁବକଙ୍କ କାର୍ର ଆଗ କାଚ ଭାଙ୍ଗି ଚୁରମାର୍ କରି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ