Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁଞ୍ଜିନିବେଶର ଟପ୍‌ ଡେଷ୍ଟିନେସନ୍‌ ଓଡ଼ିଶା

ଭୁବନେଶ୍ୱର: ପୁଞ୍ଜିନିବେଶରେ ନିବେଶକଙ୍କ ଦ୍ବିତୀୟ ପସନ୍ଦ ପାଲଟିଛି ଓଡ଼ିଶା। CII ରିସର୍ଚ୍ଚ ଓ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା ସିଏମଆଇଇ ପକ୍ଷରୁ ହୋଇଥିବା ସର୍ଭେରୁ ଏହି ତଥ୍ୟ ପ୍ରକାଶ ପାଇଛି। ମିଳିଥିବା ତଥ୍ୟ ଅନୁସାରେ ସାରା ଦେଶରେ ଓଡ଼ିଶା ପୁଞ୍ଜିନିବେଶରେ ଟପ ଡେଷ୍ଟିନେସନ୍‌ ମଧ୍ୟରେ ସାମିଲ ରହିଛି। ନିବେଶ କ୍ଷେତ୍ରରେ ଆକର୍ଷିତ କରିବାରେ ଦ୍ବିତୀୟ ସ୍ଥାନରେ ରହିଛି ଓଡ଼ିଶା। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦.୧ଲକ୍ଷ କୋଟି ପୁଞ୍ଜିନିବେଶ ହୋଇଥିବା ସୂଚନା ମିଳିଛି।

ପୁଞ୍ଜିନିବେଶ କ୍ଷେତ୍ରରେ ମହାରାଷ୍ଟ୍ର ନିବେଶକଙ୍କ ପ୍ରଥମ ଆକର୍ଷଣ ହୋଇଥିବା ବେଳେ ଓଡ଼ିଶା ବହୁ ବଡ ବଡ ରାଜ୍ୟକୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ଗ୍ରହଣ କରିଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ ପରି ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ଏହି ତାଲିକାର ଶେଷରେ ରହିଛି ୟୁପି। କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଆଣିଥିଲା ଓଡ଼ିଶା। ସେହି ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୧୬ପ୍ରତିଶତ ନିବେଶ ହୋଇଥିଲା।

କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ବି ରାଜ୍ୟ ଆଗୁଆ ରହିଥିଲା। ଦେଶର ଅଭିବୃଦ୍ଧି ହାର ୨.୮୦ ପ୍ରତିଶତ ହୋଇଥିବାବେଳେ ରାଜ୍ୟରେ ୭.୬୧ ପ୍ରତିଶତ ରହିଥିଲା।