Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଡ଼ିଙ୍ଗା ମାଳି ବକ୍ସାଇଟ ଖଣି ଉତ୍ପାଦନ କ୍ଷମତା ୩ ରୁ ୬ ମିଲିୟନ ଟନ ବୃଦ୍ଧି କୁ ସ୍ୱାଗତ କଲେ ଲକ୍ଷ୍ମୀପୁର ଆଞ୍ଚଳିକ ପାରିପାର୍ଶ୍ୱିକ ବିକାଶ ପରିଷଦ।

ଲକ୍ଷ୍ମୀପୁର ୩୧/୦୮  ଲକ୍ଷ୍ମୀପୁର ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପୂର୍ବତନ ଆଦିବାସୀ ନେତା ରାଜେଶ ଯାନିଙ୍କ ନେତୃତ୍ୱ ରେ ଖଣି ପାରିପାର୍ଶ୍ଵିକ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀପୁର ରେ କିଛି ନେତା ଖଣି କୁ ନେଇ ରାଜନୀତି କରୁଛନ୍ତି ଏବଂ ତାଙ୍କ ସ୍ଵାର୍ଥ ପୂରଣ ହେଲେ ଖଣି କୁ କମ୍ପାନୀ ହାତରେ ଟେକି ଦେଉଛନ୍ତି,ଯଦି କିଛି ସ୍ଵାର୍ଥ ରେ ଆଞ୍ଚ ଆସେ ତାହେଲେ ବିରୋଧ ଆରମ୍ଭ କରୁଛନ୍ତି,
ନେତା ମାନେ ଅଞ୍ଚଳ ର ବିକାଶ ହେବା ପରିବର୍ତେ ନେତାଙ୍କ ନିଜସ୍ୱ ବିକାଶ ହେଉଥିବାରୁ ଅଂଚଳବାସୀଙ୍କୁ ନିରାଶ ହେବାକୁ ପଡୁଛି।  ୨୦୧୮ ମସିହାରୁ କଡ଼ିଙ୍ଗା ମାଳି ରୁ  ୩ ମିଲିୟନ ଟନ ବକ୍ସାଇଟ ଖନନ ହୋଇ ବେଦାନ୍ତ କମ୍ପାନୀକୁ କଞ୍ଚା ମାଲ ରପ୍ତାନି କରାଯାଉଛି। ବେଦାନ୍ତ କମ୍ପାନୀ ଓଏମସି ଜରିଆରେ ଲକ୍ଷ୍ମୀପୁର ଅଞ୍ଚଳର ବିକାଶ ନିମନ୍ତେ ଲକ୍ଷ୍ମୀପୁର ମେଡିକାଲ,ସାଙ୍ଗାନ୍ନ ଉଚ୍ଚ ବିଦ୍ୟାଳୟ, ରାସ୍ତା ଘାଟ, ଆମ୍ବୁଲାନ୍ସ ସେବା, ମହାପ୍ରଣାୟନ ଗାଡ଼ି ଏପରିକି ଛାତ୍ରଛାତ୍ରୀ ନିମନ୍ତେ ଖେଳକୁଦ ସାମଗ୍ରୀ ଠାରୁ ଆରମ୍ଭ କରି ବିଦ୍ୟାଳୟ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ  ସହାୟତା ଯୋଗାଉଛି, ଏପରିକି ବେଦାନ୍ତ କମ୍ପାନୀ ଡାକ୍ତର , ଇଂଜିନିୟରିଂ ଏପରି ଉଚ୍ଚ ଶିକ୍ଷା ପାଇଁ ସହାୟତା ମଧ୍ୟ ଯୋଗାଉଛି ।  କିଛି ଦିନ ତଳେ ଅଞ୍ଚଳ କିଛି ନେତାଙ୍କୁ ନେଇ ଏକ ବୈଠକ କରି ଖଣି ଖନନକୁ ବିରୋଧ କରି ନେତା ମାନେ ଅଞ୍ଚଳର ଲୋକଙ୍କୁ ଢାଳ କରି ମାଲାମାଲ ହେଉଥିବା ଦେଖି ଏବେ ଲକ୍ଷ୍ମୀପୁର ପାରି ପାର୍ଶ୍ଵିକ ବିକାଶ ପରିଷଦ ଗଠନ ହୋଇଛି। କୋଡୀଙ୍ଗା ମାଳି ର ବକ୍ସାଇଟ ଉତ୍ପାଦନ ୩ ମିଲିୟନ ରୁ ୬ ମିଲିୟନ କୁ ବୃଦ୍ଧି କରିବା ସକାଶେ ସରକାର ନିଷ୍ପତି ନେଇଥିବା ବେଳେ ତାହାକୁ ପରିଷଦ ସ୍ୱାଗତ କରିଥିବା ବେଳେ ପାରିପାର୍ଶ୍ଵିକ ଅଂଚଳର ବିକାଶ କିପରି ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା।ଏହି ବୈଠକରେ ପରିଷଦ ର ସଭାପତି ଭାବେ ରାଧେଶ୍ୟାମ ଯାନୀ , ଦେଵ କୁମାର ଖରା ଉପ ସଭାପତି, ଚନ୍ଦ୍ରସେନ ଖରା ଯୁଗ୍ମ ସମ୍ପାଦକ ଏବଂ ମନୋଜ ସାହୁଙ୍କୁ ସାଙ୍ଗଠନିକ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ଆଗାମୀ ଦିନରେ ଖଣି ଖନନର ଉତ୍ପାଦନ କ୍ଷମତା ବୃଦ୍ଧିକୁ ନେଇ ଲକ୍ଷ୍ମୀପୁର ଆଞ୍ଚଳିକ ପାରିପାର୍ଶ୍ୱିକ ବିକାଶ ପରିଷଦ ହଜାର ହଜାର ଲୋକଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇ ଦାବି କରିବ ବୋଲି ଚେତାବନୀ ଦେଇଛି। କଂସାରୀଗୁଡାଠାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି କିନ୍ତୁ ଆମ ଅଞ୍ଚଳର ଶିକ୍ଷିତ ବେକାର ଯୁବକଯୁବତୀ ସିକ୍ୟୁରିଟି ଗାର୍ଡ ପାଇଁ ମଧ୍ୟ ଯୋଗ୍ୟ ନାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଆଦିତ୍ୟ ବିର୍ଲା କମ୍ପାନୀକୁ ମଧ୍ୟ ସ୍ୱାଗତ କରୁଛୁ କିନ୍ତୁ କେବଳ ଦୁଇଟି ପଞ୍ଚାୟତର ଲୋକ ହିଁ କମ୍ପାନୀରେ ଅଧିକାର ନାହିଁ,ତେଣୁ କମ୍ପାନୀ ତିନୋଟି ବ୍ଲକର  ପାରିପାର୍ଶ୍ବିକ ଅଞ୍ଚଳର ଲୋକଙ୍କ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି ଉପସ୍ଥିତ ସଦସ୍ୟ ମାନେ କହିଥିଲେ। ବୈଠକ ରେ  ବରିଷ୍ଠ ସାମ୍ବାଦିକ ପରମେଶ୍ୱର ସାହୁ, ସାମ୍ବାଦିକ ପ୍ରମୋଦ କୁମାର ଜେନା, ସାମ୍ବାଦିକ ସଞ୍ଜୟ ପାଣି,ସାମ୍ବାଦିକ ପାତ୍ର ପିଲେଣ୍ଟି, ମଣ୍ଟୁ ହିଆଲ, ଚନ୍ଦ୍ର ଶେଖର ରାଉତ, ଆରତ ଖରା, କୈଳାଶ ଜମ୍ବେକା ,ଜିତୁ ଜମ୍ବେକା ,ରାଜକୁମାର ହିଆଲ ଙ୍କ ସମେତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ