Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦିକାର ଫରେଷ୍ଟ ବିଟ ଅଞ୍ଚଳ ରୁ ୩୫୦ ରୁ ଉର୍ଦ୍ଧ ଶାଗୁଆନ ଗଛ ଉଭାନ;୧୮ ଟି ଗଣ୍ଡି ସଂଗ୍ରହ କରି ତଦନ୍ତ କରୁଛି ବନ ବିଭାଗ

ଲକ୍ଷ୍ମୀପୁର ୦୧/୦୯ ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ତ ବନ୍ଦିକାର ବିଟ ଅଞ୍ଚଳ ରେ ପ୍ରାୟ ୩୫୦ ରୁ ଉର୍ଦ୍ଧ ଶାଗୁଆନ ଗଛ କଟାଯାଇଛି। ଗଛ ଗୁଡିକ କିଏ ଓ କେଉଁ ପରିସ୍ଥିତି ରେ କଟାଯାଇଛି ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଠିଥିବା ବେଳେ, ଗଛ କେବେ କଟାଯାଇଛି ଓ କିଏ କାଟିଛି, କଟାଯିବା ଗଛ କୁଆଡେ ଗଲା ସେନେଇ ଖୋଳତାଡ  ଆରମ୍ଭ କରିଛି ବନ ବିଭାଗ। ବନ୍ଦିକାର ବିଟ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ରେ ୨୦୦୨/୦୩ ମସିହାରେ ପ୍ରାୟ ୩୦ ହେକ୍ଟର ରୁ ଉର୍ଧ୍ଵ ଜମିରେ ଶାଗୁଆନ ଗଛ ଲଗାଯାଇଥିଲା, ଶାଗୁଆନ ଗଛ ଗୁଡିକ ବର୍ତ୍ତମାନ ବଢ଼ିକି ରହିଥିବା ବେଳେ ସେହି ଅଞ୍ଚଳ ର କାଠ ମାଫିଆ ମାନେ ଗୋଟି ଗୋଟି କରି କିଛି ଶାଗୁଆନ ଗଛ ନଷ୍ଟ କରିଥିବା ବେଳେ ବର୍ତ୍ତମାନ ସଂରକ୍ଷିତ  ଜଙ୍ଗଲ ର ନିର୍ଦ୍ଧିଷ୍ଟ ଏରିଆ ରୁ ୪୫୦ ରୁ ଉର୍ଦ୍ଧ ଗଛ କଟାଯାଇଛି, ଏତେ ପରିମାଣ ର ଗଛ କାଟିଲା କିଏ, ଓ ଏଥିରେ ବିଭାଗୀୟ କର୍ମଚାରୀ ଙ୍କ ହାତ ରହିଛି କି ତାହାକୁ ନେଇଁ ଉଠିଛି ବଡ଼ ପ୍ରଶ୍ନ? ଏତେ ପରିମାଣ ରେ ଗଛ କଟାଯାଉଥିବା ବେଳେ ସମ୍ପୃକ୍ତ ବିଟ ଅଞ୍ଚଳ ଦାୟିତ୍ୱ ରେ ଥିବା ସିକ୍ୟୁରିଟି ଗାର୍ଡ, ବନପାଳ, ବନ କର୍ମଚାରୀ  କିପରି ଜାଣି ପାରୁନଥିଲେ, ବନସୁରକ୍ଷା ସମିତି କିପରି ଜାଣି ପାରିଲା ନାହିଁ, ଯଦି କାଠ ମାଫିଆ ରାତା ରାତି କାଠ କାଟି ନେଇଁ ଛନ୍ତି ତାହେଲେ ବନ ବିଭାଗ ମାମଲା କାହିଁକି ରୁଜୁ କଲାନାହିଁ, ତେଣୁ ବର୍ତ୍ତମାନ ଏହାକୁ ନେଇଁ ଆରମ୍ଭ ହୋଇଛି ଖୋଳତାଡ଼। ଏନେଇଁ ଅବସର ଗ୍ରହଣ କରିଥିବା ପୂର୍ବତନ ରେଞ୍ଜର କହିଛନ୍ତି ତାଙ୍କ ସମୟରେ  ଗଛ କଟା ହୋଇଛି କି ନାହିଁ ସେ କିପରି କହିବେ,କାରଣ ତାଙ୍କ ସମୟରେ ବିଟ ଦାୟିତ୍ୱ ରେ ଥିବା ବନପାଳ କିମ୍ବା ଗାର୍ଡ  ଗଛ କଟାଯାଇ ଥିବା ନେଇଁ କିଛି ଜଣାଇ ନାହାନ୍ତି, ତେଣୁ କୌଣସି ମାମଲା କରାଯାଇ ନାହିଁ।ବର୍ତ୍ତମାନ ନୂତନ ରେଞ୍ଜର ବିକାଶ ପାତ୍ର କହିଛନ୍ତି ବନ୍ଦିକାର ବିଟ ସଂରକ୍ଷିତ ଜଙ୍ଗଲ ରୁ ଗଛ କଟା ହୋଇଥିବା କଥା ଶତ ଅଟେ, ୧୮ ଟି ଗଣ୍ଡି କୁ ଜବତ କରି ସେ ନେଇଁ ତଦନ୍ତ ଚାଲିଥିବା କହିଛନ୍ତି, ସେ ନୁଆଁ ରେ ଆସିଥିବା କାରଣରୁ ଗଛ କଟାଯିବା ପ୍ରତି ଅବଗତ ନଥିଲେ, ବର୍ତମାନ ସମସ୍ତ କର୍ମଚାରୀ ଙ୍କୁ ନେଇଁ ତଦନ୍ତ ଚାଲିଛି, ଯଦି ବି କେହି ବନବିଭାଗ କର୍ମଚାରୀ ଙ୍କ ଭୁଲ ନିତି ଯୋଗୁଁ ଏପରି ହୋଇଥାଏ ତାହେଲେ ସମ୍ପୃକ୍ତ କର୍ମଚାରୀ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ, ବର୍ତ୍ତମାନ କେତେ ଗଛ କଟାଯାଇଛି ତାହାକୁ ନେଇଁ ତର୍ଜମା ଚାଲିଥିବା ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ