ଲକ୍ଷ୍ମୀପୁର ୦୩/୦୯ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ପିପଳପଦର ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ତେରଶହ ଟଙ୍କା ଓ ଚାଷ କାମରେ ବ୍ୟବହୃତ ହେଉଥିବା ଘାଗଡା ଚୋରୀ କରି ନେଇଥିବା ଅଭିଯୋଗ ରେ ଜଣେ ବୃଦ୍ଧ କୁ ମାରିଦେଇ ଥିବା ନେଇଁ ଅଭିଯୋଗ ହୋଇଛି।ମୃତକ ଜଣକ ହେଲେ ପିପଳପଦର ଗାଁ ର ଲାଲୁ ମାଣ୍ଡିଙ୍ଗା। ମଙ୍ଗଳବାର ସନ୍ଧ୍ୟା ରେ ପିପଳପଦର ଗାଁ ର ଜଣେ ବ୍ୟକ୍ତି ସେହି ଗାଁ ର ବୃଦ୍ଧ ଲାଲୁ ମାଣ୍ଡିଙ୍ଗା ଙ୍କୁ ଟଙ୍କା ଚୋରୀ କରିଥିବା ଓ ଘାଗଡା ନେଇଥିବା ଅଭିଯୋଗ କରି ମାଡ଼ ମାରିବା ରୁ ଗୁରୁତ୍ୱ ର ଅବସ୍ଥାରେ ଲାଲୁ ଙ୍କ ଦୁଇ ପୁଅ ଦୁଖିନା ମାଣ୍ଡିଙ୍ଗା ଓ ଜେଟୁ ମାଣ୍ଡିଙ୍ଗା ଲକ୍ଷ୍ମୀପୁର ଡାକ୍ତର ଖାନା ଏକ ଅଟୋ ଯୋଗେ ଆଣି ଭର୍ତି କରିଥିବା କହିଛନ୍ତି।ଡାକ୍ତର ଖାନାରେ ଲାଲୁ ଙ୍କ ଅବସ୍ଥା ସଂକଟାପନ ଥିବାରୁ ଡାକ୍ତର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ରେଫର କରିଥିଲେ, ଲାଲୁ ଙ୍କ ପୁଅ ମାନେ ଆମ୍ବୁଲାନ୍ସ କୁ ଯୋଗାଯୋଗ ବାରମ୍ବାର କରିଥିଲେ ଏପରିକି ଆମ୍ବୁଲାନ୍ସ ପାଇଁ ଲକ୍ଷ୍ମୀପୁର ମେଡିକାଲ ର ଡାକ୍ତର ମଧ୍ୟ ୫ ଘଣ୍ଟା ରୁ ଉର୍ଧ୍ଵ ସମୟ ଧରି ବାରମ୍ବାର ଚେଷ୍ଟା କରିଥିଲେ, କିନ୍ତୁ ୧୦୮ ଆମ୍ବୁଲାନ୍ସ ଆସିନଥିଲା, ଶେଷରେ ରୋଗୀ ଲକ୍ଷ୍ମୀପୁର ଡାକ୍ତର ଖାନା ର ବେଡ଼ ରେ
ରେଫର ହୋଇନପାରି ଆଖି ବୁଝିଥିଲେ, ଲାଲୁଙ୍କ ମୃତ୍ୟୁ ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସେବାକୁ ଦାୟୀ କରିଥିଲେ। ବୁଧବାର ଲାଲୁ ର ମୃତ ଶରୀର କୁ ବ୍ୟବଛେଦ କରାଯାଇ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଛି। ଲକ୍ଷ୍ମୀପୁର ଥାନା ସବ ଇନିସ୍ପେକ୍ଟର ମାନସ ପ୍ରଧାନ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇଁ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଚାଲିଛି ଓ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଲାଲୁଙ୍କ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଲକ୍ଷ୍ମୀପୁର ନାରାୟପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକ ରେ ୧୦୮ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଈ ଅନେକ ରୋଗୀ ମୃତ୍ୟୁ ବରଣ କରୁଥିଲେ ସୁଧା ପ୍ରଶାସନ ନିଦାବିଷ୍ଣୁ ସାଜୁଥିବାରୁ ସାଧାରଣ ରେ ଅସନ୍ତୁଷ୍ଟ ବଢୁଛି..ଗତ ମାସ ୧୮ ତାରିଖ ରେ ଗୌଡ଼ଗୁଡା ଗାଁ ର ମୁରଲୀ କୁମ୍ଭାର ଯିଏକି ଡେଙ୍ଗୁ ରେ ପୀଡିତ ଥିଲେ. ତାଙ୍କୁ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜ ରୁ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ୩୬ ଘଣ୍ଟା ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ମିଳିନଥିଲା, ପରେ ବାଧ୍ୟ ହୋଈ ଏକ ଘରୋଇ ଆମ୍ବୁଲାନ୍ସ ରେ ସ୍ଥାନାନ୍ତର ସମୟରେ ସେମିଲିଗୁଡା ନିକଟରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା, ଆମ୍ବୁଲାନ୍ସ ମିଳି ନଥିବା କାରଣରୁ ମୃତ୍ୟୁ ହେଲା ବୋଲି ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ଦିନକୁ ଦିନ ରୋଗୀ ଙ୍କ ସଂଖ୍ୟା ବଢୁ ଥିବା ବେଳେ ପର୍ଯ୍ୟାପ୍ତ ପରିମାଣ ରେ ଆମ୍ବୁଲାନ୍ସ ନଥିବା କାରଣରୁ ଉପାନ୍ତ ଅଞ୍ଚଳ ରେ ରୋଗୀ ଙ୍କୁ ରେଫର କରିବା ସମୟ ରେ ଆମ୍ବୁଲାନ୍ସ ମିଳୁ ନଥିବା ଦେଖାଦେଇଛି, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି।
ତେର ଶହ ଟଙ୍କା ପାଇଁ ବୃଦ୍ଧ ଙ୍କୁ ହତ୍ୟା !୫ ଘଣ୍ଟା ର ଚେଷ୍ଟା ପରେବି ମିଳିଲାନି ୧୦୮ ଆମ୍ବୁଲାନ୍ସ। ଡାକ୍ତର ମଧ୍ୟ କରିଥିଲେ ଯୋଗାଯୋଗ।ବେଡ଼ ରେ ଚାଲିଗଲା ଜୀବନ
