ଲକ୍ଷ୍ମୀପୁର ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ….ପାଳିତ ହେବ ରୌପ୍ୟ ଜୟନ୍ତୀ ଉତ୍ସବ….


ଲକ୍ଷ୍ମୀପୁର ୦୩/୦୯ ….
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଚଳିତ ବର୍ଷ ଦୁର୍ଗା ପୂଜା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ  ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।  ଦୀର୍ଘ ୨୪ ବର୍ଷ ତଳେ ଲକ୍ଷ୍ମୀପୁର ରେ ଦୁର୍ଗା ପୂଜା ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରିବା ସକାଶେ ନିଷ୍ପତି ନିଆଯାଇଛି।ଫ୍ରେଣ୍ଡସ ୟୁଥ୍ ଆସୋସିଏସନ୍ ଦ୍ୱାରା ପରିଚାଳିତ ହୋଈ ଆସୁଥିବା ଏହି ପୂଜା କମିଟି ଚଳିତ ବର୍ଷ ଧୂମଧାମ ରେ ପାଳନ କରାଯିବା ସକାଶେ ନିଷ୍ପତି ନିଆଯାଇଛି।ଗତ ବର୍ଷ ଠାରୁ ଫ୍ରେଣ୍ଡ୍ସ ୟୁଥ ଆସୋସିଏସନ ସହ ବଣିକ ସଙ୍ଘ ଓ ଅନ୍ୟାନ୍ୟ ଯୁବ ସଙ୍ଘଠନ ଏହି ପୂଜା ଦାୟିତ୍ୱ ନେଇଥିବା ବେଳେ ପୂଜା କମିଟି ସଭାପତି ଉମା ଶଙ୍କର କର୍କରା ଙ୍କ ସଭାପତିତ୍ଵରେ  ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟ ବ୍ୟୟ ର ହିସାବ ଦେବା ପରେ ଚଳିତ ବର୍ଷ କିପରି ପୂଜା ଆୟୋଜନ କରାଯିବ ସେନେଇ ଆଲୋଚନା ହୋଇଥିଲା।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷଷ୍ଠୀ ରୁ ପୂଜା ଆରମ୍ଭ କରାଯିବା ସହ  ରାବଣ ପୋଡ଼ି ଓ ସାଂସ୍କୃତିକ କାର୍ଯ୍ୟକ୍ରମ  ମେଲୋଡି ଓ ପୌରାଣିକ ନାଟକ କରାଯିବାକୁ ନିଷ୍ପତି ନିଆ ଯାଇଥିଲା।ପ୍ରତି ବର୍ଷ ଠାରୁ ଗତ ବର୍ଷ ଅଧିକ ଖର୍ଚ୍ଚ ହୋଇଥିବା ବେଳେ କମିଟି ତରଫରୁ ତିନି ଲକ୍ଷ ପଇଁ ତିରିଷି ହଜାର ଟଙ୍କା ବଳକା ଥିବା ନେଇଁ ସୂଚନା ଦିଆଯାଇଥିଲା। ବୈଠକ ରେ ପ୍ରଥମେ କମିଟି ରେ ଥିବା ସଦସ୍ୟ ମାନଙ୍କ ଦ୍ୱାରା ପ୍ରଥମେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା, ପରେ ପୂର୍ବତନ ସାଂସଦ ଝିନ ହିକକା ଙ୍କ ସହମତି କ୍ରମେ ଚଳିତ ବର୍ଷ ର ପୂଜା ପାଇଁ ପୁରୁଣା ଓ କିଛି ନୁଆଁ ସଦସ୍ୟ କୁ ନେଇଁ ଗତ ବର୍ଷ ର ପୂଜା କମିଟି କୁ ଦାୟିତ୍ୱ ଦିଆ ଯାଇଥିଲା, କମିଟିରେ ସଭାପତି ଭାବେ ଅମରେଶ ଶତପଥି ,ଉପ ସଭାପତି ଭାବେ ମନୋଜ କୁମାର ସାହୁ ,ସମ୍ପାଦକ ଭାବେ ଉମାଶଙ୍କର କର୍କରା ଓ କୋଷାଧ୍ୟକ୍ଷ ଭି. ଶ୍ରବଣ କୁମାର ପୂର୍ବ ଭଳି ରହିଥିଲେ।କମିଟି ରେ ଉପଦେଷ୍ଟା ଭାବେ ସଂଗ୍ରାମ ବେହେରା, ପରମେଶ୍ୱର ସାହୁ, ପଞ୍ଚାନନ ଟାକ୍ରୀ,ଏକଲବ୍ୟ ଚୌଧୁରୀ,ଭି.ରାମ କ୍ରିଷ୍ଣା,ଭି.ଚାନ୍ଦୁ,ତପନ କୁମାର ସାହୁ, ଅଜସ୍ୱୀ ସାହୁ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା।  ପୂଜାର ଆୟୋଜନ ସକାଶେ  କମିଟିର ଅନ୍ୟ  ୪୦ରୁ ଉର୍ଧ୍ଵ ସଦସ୍ୟ ମାନଙ୍କୁ ଅନ୍ୟାନ୍ୟ କମିଟି କରାଯାଇ ବିଭିନ୍ନ ପ୍ରକାରର ଦାୟିତ୍ବ ଦିଆ ଯାଇଥିଲା।ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରାଯିବ ସେଥି ନେଇ ଏକ ବିସ୍ତୃତ ଆଲୋଚନା କରା ଯାଇଥିଲା।