Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ଆରପିଏଫ ର ଉଦ୍ୟମ କୁ ଯୋଗୁଁହଜି ଯାଇଥିବା ଦେଢ଼ ଲକ୍ଷ ଟଙ୍କା ର ସୁନା ଚେନ ଫେରି ପାଇଲେ ମହିଳା।ଲକ୍ଷ୍ମୀପୁର ଆରପିଏଫ ର ଉଦ୍ୟମ କୁ ଯୋଗୁଁ…

ଲକ୍ଷ୍ମୀପୁର ୦୩/୦୯ .
ଲକ୍ଷ୍ମୀପୁର ଆରପିଏଫ ପୋଲିସ ର ଉଦ୍ୟମ ଯୋଗୁଁ ଦେଢ଼ ଲକ୍ଷ ଟଙ୍କାର ସୁନା ଚେନ  ଜଣେ ମହିଳା  ଫେରି ପାଇଛନ୍ତି।ଖବର ମୁତାବକ  ସମଲେଶ୍ୱରୀ ଟ୍ରେନ ରେ ହାବଡା ରୁ ଜଣେ ମହିଳା ତୁଲିକା ସିହ୍ନା  ସମ୍ବଲପୁର କୁ ଆସୁଥିଲେ ।ଟ୍ରେନ ର ଏସି ବଗି ରେ ମହିଳା ଜଣଙ୍କ ଯାତ୍ରା କରୁଥିବା ବେଳେ ରାତ୍ର ରେ ଶୋଇପଡ଼ିଥିଲେ। ସମ୍ବଲପୁର ରେ ଟ୍ରେନ ପାହାନ୍ତିଆ ସମୟରେ ଓଲ୍ଲାଇ ପଡୁଥିବା ବେଳେ ସେ ଆଉ ବେକରେ ପିନ୍ଧି ଥିବା ସୁନା ଚେନ ଉପରେ ଆଉ ଧ୍ୟାନ ଦେଇନଥିଲେ।ଷ୍ଟେସନ ରୁ ସିଧା ନିଜ ଘରକୁ ଯାଇ ପହଞ୍ଚିବା ପରେ ଶ୍ରୀମତୀ ତୁଲିକା ନିଜ ବେକରେ ଥିବା ସୁନା ଚେନ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ।କାଳେ ଟ୍ରେନରେ କେହି ଚୋରି କରି ନେଇଥିବ ଭାବି ଷ୍ଟେସନକୁ ବାହାରିଥିଲେ ହେଲେ ପାହାନ୍ତିଆ ରେ କିଛି କରି ନପାରି ତହିଁ ଆରଦିନ ସକାଳେ ସମ୍ବଲପୁର ରେଳ ବିଭାଗ ପୋଲିସ ଷ୍ଟେସନରେ ଲିଖିତ ଅଭିଜୋଗ କରିଥିଲେ।ଅଭିଯୋଗ କରିବା ସମୟରେ ଟ୍ରେନ ରାୟଗଡା ଷ୍ଟେସନ ପାର କରିଯାଇଥିବାରୁ ଲକ୍ଷ୍ମୀପୁର ଆରପିଏଫ ପୋଲିସକୁ  ଏ ସମ୍ୱନ୍ଧ ରେ ଖବର ଆସିଥିଲା। ଖବର ପାଇ ଲକ୍ଷ୍ମୀପୁର ଆରପିଏଫ  ଇନିସ୍ପେକ୍ଟର  ଟ୍ରେନ ଦାୟିତ୍ୱ ରେ ଥିବା ଆରପିଏଫ କର୍ମଚାରୀ ଙ୍କୁ ନିର୍ଦ୍ଧିଷ୍ଟ ଏସି ବଗି ର ସିଟ ରେ ଖୋଜା ଖୋଜି କରିବାକୁ କହିଥିଲେ, ମହିଳା ଜଣକ  ଆସିଥିବା ଏସି ବଗିର ୨୧ ନମ୍ବର ସିଟରେ ଯାଇ ଖୋଜା ଖୋଜି କରିଥିଲେ ହେଲେ କଛି ପାଇନଥିଲେ, ପରେ  ଏସି ବଗିର ବେଡ଼ସିଟ ଚାଦର ବଦଳେଇବାକୁ ଆସିଥିବା କର୍ମଚାରିକୁ ପଚାରିଥିଲେ।  ସେମାନେ ସୁନା ଚେନ କିଛି ପାଇନଥିବା ପ୍ରକାଶ କରିବା ପରେ ସମସ୍ତ  ବନ୍ଧା ହୋଇଥିବା ବେଡ଼ସିଟ ଗୁଡିକ ହାତରେ ଗୁଡେଇ ଆଣି ପ୍ରଦାନ କରିଥିଲେ। ଶେଷରେ ଆରପିଏଫ କର୍ମଚାରୀ ବେଡ଼ସିଟ ଗୁଡିକ କାଢ଼ି ସନ୍ଦେହ ରେ ଝାଡ଼ିବା ପରେ ସୁନାହାର ମିଳିଥିଲା।ସୁନା ହାର କୁ ଆଣି ଲକ୍ଷ୍ମୀପୁର ଆରପି ଏଫ ଥାନାରେ କର୍ମଚାରୀ ହସ୍ତାନ୍ତର କରିଥିଲେ। ପରେ ଉକ୍ତ ମହିଳାଙ୍କୁ ଫୋନ ରେ ଚେନ ମିଳିଥିବା ନେଇଁ ସୂଚନା ପ୍ରଦାନ କରିଥିଲେ। ଚେନର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି ଜଣା ପଡ଼ିଥିବା ବେଳେ ତୁଲିକା ସିହ୍ନା ତାଙ୍କ ସ୍ୱାମୀ ନିଶ୍ଚଲ ସିହ୍ନାଙ୍କ ସହ ଲକ୍ଷ୍ମୀପୁର ରେ ପହଞ୍ଚି ଆବଶ୍ୟକ ପ୍ରମାଣ ପତ୍ର ଦେଖାଇ ସୁନା ଚେନ ଗ୍ରହଣ କରିଛନ୍ତି ବୋଲି ଇନିସ୍ପେକ୍ଟର ତ୍ରିପତି ରାଓ ପ୍ରକାଶ କରିଛନ୍ତି।ସୁନା ଚେନ ଫେରି ପାଇ ବା ପରେ ମହିଳା ଜଣକ ଖୁସି ବ୍ୟକ୍ତ କରିବା ସହ ଆରପି ଏଫ କର୍ମଚାରୀ ଙ୍କ କାର୍ଯ୍ୟ କୁ ସାଧୁବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ