Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ପାତଳୀ କ୍ଷେତ୍ରରେ ମହାପ୍ରଭୁଙ୍କ ଦେବସ୍ନାନ ପ୍ରସ୍ତୁତି ବୈଠକ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ର କୋଟସମଲେଇ ଠାରେ ଆଜି ଲୀଳାମୟ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ଉତ୍ସବ ପାଇଁ ପାତାଳି ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ପାତାଳି କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା l ପର୍ଯ୍ୟଟକମାନଙ୍କ ପାନୀୟ ଜଳର ଅଭାବକୁ ଦୂର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଦୃଷ୍ଟିଗୋଚର କୁ ଆଣିଥିଲେ, ପାତାଳି କ୍ଷେତ୍ର ପରିସରରେ ମହାପ୍ରଭୁଙ୍କ ସ୍ନାନଜଳ ପାଇଁ ଏକ ସ୍ୱତନ୍ତ୍ର କୂପ ଖନନ କରାଯାଇ ସେହି କୂପରୁ ଜଳ ଆଣି ଶ୍ରୀଜୀଉ ଙ୍କୁ ସ୍ନାନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇ ଥିଲା l

ଏଥିସହ ଆସନ୍ତା ଜୁନ ଚାରି ତାରିଖ ରେ ହେବାକୁ ଥିବା ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଦିନ 108 ଗରା ଜଳ ରେ ମହାପ୍ରଭୁଙ୍କୁ ସ୍ନାନ କରାଇବା ସହିତ ନୀତିକାନ୍ତି ରେ ସମସ୍ତ ପ୍ରକ୍ରିୟା ଚାଲୁରହିବ ବୋଲି ଟ୍ରଷ୍ଟର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବୈଠକରେ ଉପସ୍ଥାପନା କରିଥିଲେ l ଉକ୍ତ ବୈଠକରେ ଜଗଦୀଶ କର୍ଣ୍ଣ, ନରସିଂହ ପଧାନ,ଜାନକୀରାମ ଦେହେରୀ, ମହାଦେବ ସାହୁ,ଶରଦ ଚାନ୍ଦ, ମୁରଲୀଧର ଭୋଇ,ପର୍ଶୁରାମ ବାରିକ, ନଳିନୀକାନ୍ତ ବାଘ, ସତ୍ୟଜିତ ଗଡୁଆ, ଅଭିଷେକ ପାତ୍ର, ବିରେନ୍ଦ୍ର ଭୋଇ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ