Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ଟ ଅଫ ଗିଭିଂ ଦିବସ ପାଳନ

ବରପାଲି:ବରପାଲି ବ୍ଲକ୍ ଗ୍ରୀଣ୍ଡୋଲା ଗ୍ରାମରେ ଆର୍ଟ୍ ଅଫ୍ ଗିଭିଂ ଦିବସ ପାଳିତ ହୋଇଯାଇଛି। ବୁଧବାର ପୁର୍ବାହ୍ନରେ
କିସ୍ ଅଭିଭାବକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘ ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏଙ୍କ ଦ୍ବାରା ସଂଚାଳିତ ହୋଇଥିଲା। ଆଶା କର୍ମୀ ଶ୍ରୀମତୀ ପଙ୍କଜିନୀ ବାରିକ ଓ ବରପାଲି ବ୍ଳକ କିସ୍ ଅଭିଭାବିକା ସଂଘ ସଭାନେତ୍ରି ହରିପ୍ରୀୟା ମେହେର ମଞ୍ଚାସିନ ହୋଇଥିଲେ । ସ୍ଥାନୀୟ ଆଶାକର୍ମୀ ପଙ୍କଜିନୀ ବାରିକଙ୍କୁ ତାଙ୍କ ସ୍ବଚ୍ଛତାପୁର୍ଣ୍ଣ ସେବାକାର୍ଯ୍ୟ ନିମନ୍ତେ ସଂଘପକ୍ଷରୁ ସମ୍ମାନିତ କରାଯାଇଥିଲା। ସେହିପରି ଏହି ଅବସରରେ ସ୍ଥାନୀୟ ଅଙ୍ଗନଓ୍ବାଡି ଓ ଗ୍ରାମର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଶିଶୁ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ,ଖାତା,କଲମ ଏବଂ ବିସ୍କୁଟ ସୁଖିଲା ଖାଦ୍ୟ ମାନ ବିତରଣ କରାଯାଇଥିଲା। ସଭାରେ ଉପସ୍ଥିତ ଗ୍ରାମବାସୀ ମାନେ କିସ ପ୍ରାଣ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିସ୍ବାର୍ଥ ଅବଦାନ ଓ ସେବାମୂଳକ ପ୍ରୟାସକୁ ନେଇ ପ୍ରଶଂସା ସହ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ