Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦିକାର ଫରେଷ୍ଟ ବିଟ ଅଞ୍ଚଳ ରୁ ଶାଗୁଆନ ଗଛ କଟା ଘଟଣା…ଡ଼ିଏଫ ଓ ଙ୍କୁ ତଦନ୍ତ ରିପୋର୍ଟ ଦେଲେ ରେଞ୍ଜର

ଲକ୍ଷ୍ମୀପୁର ୦୪/୦୯ … ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ତ ବନ୍ଦିକାର ବିଟ ଅଞ୍ଚଳ ରେ ପ୍ରାୟ ୩୫୦ ରୁ ଉର୍ଦ୍ଧ ଶାଗୁଆନ ଗଛ କଟାଯାଇଥିବା ଖବର ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ଗୁରୁବାର ସନ୍ଧ୍ୟା ରେ କୋରାପୁଟ ଡିଏଫଓ କେଭି ଭାସ୍କର ରାଓ ଙ୍କୁ ଲକ୍ଷ୍ମୀପୁର ରେଞ୍ଜର ବିକାଶ ପାତ୍ର ଲିଖିତ ରିପୋର୍ଟ ପ୍ରଦାନ କରିଛନ୍ତି। ଶ୍ରୀ ପାତ୍ର ଙ୍କ ରିପୋର୍ଟ ଅନୁଯାୟୀ  ଲକ୍ଷ୍ମୀପୁର ରେଞ୍ଜ ଅଧିନସ୍ତ ବନ୍ଦିକାର ବିଟ ଅଞ୍ଚଳ ରେ  ୪୬୫ ଟି ଶାଗୁଆନ ଗଛ କଟାଯାଇଥିବା ଉଲ୍ଲେଖ କରାଯାଇଥିବା ବେଳେ ଏହି ଗଛ କଟା  ସକାଶେ ଦାୟିତ୍ୱ ହୀନତା ଦର୍ଶା ଯାଇଛି। ବିଶେଷ କରି ଲକ୍ଷ୍ମୀପୁର ଫରେଷ୍ଟର ରଶ୍ମୀ ରଞ୍ଜନ ବିଶ୍ୱାଳ ଓ ଫରେଷ୍ଟ ଗାର୍ଡ ପ୍ରବୀଣ ମଲ୍ଲିକ ଙ୍କ ଦାୟିତ୍ୱ ହୀନତା କାର୍ଯ୍ୟ କାରଣ ରୁ ରିଜର୍ଭ ଜଙ୍ଗଲ ରୁ ଏତେ ପରିମାଣ ରେ ଗଛ କଟାଯାଇଥିବା ଉଲ୍ଲେଖ କରାଯାଇଛି। ବନ୍ଦିକାର ବିଟ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ରେ ୨୦୦୨/୦୩ ମସିହାରେ ପ୍ରାୟ ୩୦ ହେକ୍ଟର ରୁ ଉର୍ଧ୍ଵ ଜମିରେ ଶାଗୁଆନ ଗଛ ଲଗାଯାଇଥିଲା, ଶାଗୁଆନ ଗଛ ଗୁଡିକ ବର୍ତ୍ତମାନ ବଡ଼ ବଡ଼ ହୋଈ ରହିଥିବା ବେଳେ ସେହି ଅଞ୍ଚଳ ର କାଠ ମାଫିଆ ମାନେ ଗୋଟି ଗୋଟି କରି କିଛି ଶାଗୁଆନ ଗଛ ନଷ୍ଟ କରିଥିବା ବେଳେ ବର୍ତ୍ତମାନ ସଂରକ୍ଷିତ  ଜଙ୍ଗଲ ର ନିର୍ଦ୍ଧିଷ୍ଟ ଏରିଆ ରୁ ୪୬୫ ରୁ ଉର୍ଦ୍ଧ ଗଛ କଟାଯାଇଛି। ଆଗକୁ ଡିପାର୍ଟମେଣ୍ଟ ଦ୍ୱାରା ଉଭୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଙ୍କୁ ପକ୍ଷ ରଖାଯିବା ସକାଶେ କୁହାଯିବାକୁ ଥିବା ବେଳେ ଫୋରେଷ୍ଟ ଗାର୍ଡ ଇତି ମଧ୍ୟ ରେ ଶୁଙ୍କି ବିଟ ଅଞ୍ଚଳ କୁ ବଦଳି ହୋଇଯାଇଛି ଓ ଫରେଷ୍ଟର ଛୁଟିରେ ରହିଥିବା ଜଣାପଡିଛି. ପ୍ରକୃତ ରେ ଗଛ କୁଆଡେ ଗଲା ତାହାକୁ ନେଉ ସାଧାରଣ ରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବା ଫସଲ ଖାଇଯିବା ଡ ନ୍ୟାୟ ହୋଇଥିବା ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ