ପଟ୍ଟାଙ୍ଗି୦୫/୦୯କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ଉପରେ ହୋଇଥିବା ଗଣେଶ ପୂଜା କମିଟି ପକ୍ଷରୁ ହୋଇଥିବା ଗଜାନନ ଙ୍କ ୨୦ କେଜି ଲଡୁ ନିଲାମ୍ ରେ ବ୍ଲକ୍ ର ଜଣେ ବରିଷ୍ଠ ବ୍ୟବସାୟୀ ଜି କୋଟେଶ୍ୱର ରାଓ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ୩୫ , ୯୯୯/- ଟଙ୍କା ଡାକ ଦେଇ ଲଡୁ ନିଲାମ୍ କାର୍ଯ୍ୟରେ ବିଜୟ ଲାଭ କରିଛନ୍ତି । ଏହି ସମୟରେ ଉକ୍ତ କାର୍ଯ୍ୟକ୍ରମ ରେ OSSF ର ଇନ୍ସପେକ୍ଟର ବୁଧଦେବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲଡୁ ବିଜେତା କୋଟେଶ୍ୱର ଙ୍କୁ ଲଡୁ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ଏହି ପରି ଦୃଶ୍ୟ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ସହ ତାଙ୍କ ପରିବାର ଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ଙ୍କ ଠାରୁ ଶୁଭେଚ୍ଛା ର ବାର୍ତ୍ତା ଛୁଟିବାରେ ଲାଗିଛି । ସୂଚନା ଅନୁଯାଇ ଲଡୁ ନିଲାମ୍ କାର୍ଯ୍ୟକ୍ରମ ପୂଜା କମିଟି ପକ୍ଷରୁ ବୁଧବାର ଆୟୋଜନ କରା ଯାଇଥିବା ବେଳେ ଏହା ବିଳମ୍ବିତ ରାତି ଯାଏଁ ନିଲାମ୍ ଡାକରା ଜାରି ରହିଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମେ ଗାଙ୍ଗରାଜପୁର ର ପୁର୍ଣ୍ଣଚନ୍ଦ୍ର ବାଙ୍କା ୧୧୧୧/- ଟଙ୍କା ରେ ଲଡୁ ନିଲାମ୍ ଡାକରା ଦେଇଥିବା ବେଳେ ଏଥିରେ ମନୋଜ ଦାସ ଙ୍କ ଠାରୁ ଆରମ୍ଭ କରି ତରୁଣ ପାତ୍ର , କିଶୋର ଚୈଉଧିରି , ପ୍ରଭାକର ରାଓ , ସୁରୋଜ ଚୈଉଧିରି , କୃଷ୍ଣଚନ୍ଦ୍ର ସାହାଣୀ ପରି ଅନେକ ଭକ୍ତ ଅଂଶଗ୍ରହଣ କରି ନିଜ ନିଜର ନିଲାମ ଡାକରା ଦେଇଥିଲେ । ଯାହାକି ଉକ୍ତ ନିଲାମ୍ ଡାକରା ବଡି ବଡି ଶେଷରେ ୩୫ , ୯୯୯/- ଟଙ୍କା ରେ ପହଞ୍ଚିଥିଲା । ଏଠାରେ ସୂଚନା ଥାଉକି ବସଷ୍ଟାଣ୍ଡ ଉପରେ ଦୀର୍ଘ ୧୦ ରୁ ୧୨ ହେଲା ଗଣେଶ ପୂଜା ବା ମେଢ ହେଉନଥିଲା । ଏହିପରି ସ୍ଥିତିରେ ବର୍ତ୍ତମାନ ଯୁବ ସମାଜ ର ତାରିଣୀ ପ୍ରସାଦ ମିଶ୍ର , ବିକାଶ କୁମାର ଭୂଇଁଆ , ଶ୍ୱସ୍ତିକ ଚୈଉଧିରି , ଆକାଶ ମହାନ୍ତି , ଜିତେନ୍ ଚୈଉଧିରି , ତନ୍ମୟ ଧଳ , ପ୍ରତିକ ଚୈଉଧିରି , ଅଙ୍କୁଶ ଚୈଉଧିରି , ସୁବ୍ରତ ସାମଲ , ସୋଭ ରାଜ ଦୁବେଦୀ , ଦୀପକ ଧଳ , ସୁଭମ ନୟନ , ତ୍ରିନାଥ ନାୟକ , ଲିପୁନ ଦାଶ , ଅଜିତ ଡାକୁଆ , ପବନ ପ୍ରମୁଖ ଯୁବଗୋଷ୍ଠୀ ଆଗକୁ ବାହାରି ବନ୍ଦ ହୋଇ ଯାଇଥିବା ଗଣେଶ ପୂଜା କୁ ପୁଣିଥରେ ଆରମ୍ଭ କରି ଏକ ଭକ୍ତି ମୟ ପରିବେଶ ସୃଷ୍ଟି କରିଛନ୍ତି ।
ପଟ୍ଟାଙ୍ଗି ବସଷ୍ଟାଣ୍ଡ ଗଣେଶ ପୂଜା କମିଟି ପକ୍ଷରୁ ଲଡୁ ନିଲାମ୍
