Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଗଜଲକ୍ଷ୍ମୀ ପୂଜା  ପ୍ରସ୍ତୁତି ବୈଠକ…

ଲକ୍ଷ୍ମୀପୁର ୦୪/୦୯
ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ  ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭ ହେବା ପରେ ଗତ ବର୍ଷ ର ହିସାବ କିତାବ ପ୍ରଦାନ କରାଯାଇଥିଲା।ଚଳିତ ବର୍ଷ ଗଜ ଲକ୍ଷ୍ମୀ ଙ୍କ ପୂଜା ବଡ ଧୁମ୍ ଧାମରେ ପାଞ୍ଚ ଦିନ ଧରି ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ  ନିଷ୍ପତି ହୋଇଥିଲା।ପରେ ସର୍ବ ସହମତି କର୍ମେ ଗତ ବର୍ଷ ର କମିଟି ହିଁ ଦାୟିତ୍ୱ ପ୍ରଦାନ କରାଯିବା ସକାଶେ ନିଷ୍ପତି ନିଆଯାଇଥିଲା।ସଭାପତି ଭାବେ ଦୀପକ ଶତପଥୀ,ଉପ ସଭାପତି ନୀଳମାଧବ ସାହୁ,ସମ୍ପାଦକ ଭାବେ ହିତେଶ୍ୱର ସାହୁ ,ଲକ୍ଷ୍ମୀ କାନ୍ତ ବାରିକ,ସହ ସମ୍ପାଦକ କମଳ ଲୋଚନ ବିଶୋଇ,କୋଷାଧ୍ୟକ୍ଷ ଚନ୍ଦନ ସାହୁ ହିଁ ରହିଥିଲେ।ସେହିପରି ଉପଦେଷ୍ଟା ମଣ୍ଡଳି ରେ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା, ସାମ୍ବାଦିକ ପରମେଶ୍ୱର ସାହୁ, ପ୍ରମୋଦ ଜେନା, ସଞ୍ଜୟ ପାଣି,ଅଜସ୍ୱୀ ସାହୁ, ଉତ୍ତମ ଖରା,ଉମାଶଙ୍କର କର୍କରା ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।ପୂଜା ନିମନ୍ତେ ମୁର୍ତି ନିର୍ମାଣ ର ଦାୟିତ୍ବ ,ମଣ୍ଡପ ରେ ଡେକୋରେସନ,ବାଜା  ଓ ମଣ୍ଡପ ର ପୁଜା ସକାଶେ ପ୍ରତ୍ୟକ ଯୁବ ଗୋଷ୍ଠିକୁ ଦାୟିତ୍ବ ବଣ୍ଟନ କରାଯାଇଥିଲା।ଏହି ବୈଠକରେ ଲା ୟନ୍ସ ୟୁଥ୍ କ୍ଲବ୍ ର ୭୦ ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା ଆରମ୍ଭ ରୁ ବିସର୍ଜନ ପର୍ଯ୍ୟନ୍ତ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯିବ ବୋଲି କମିଟି ତରଫରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ