Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ ର ବାର ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ.

ଲକ୍ଷ୍ମୀପୁର ୦୪/୦୯ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଅବସର ଗ୍ରହଣ କରିଥିବା ୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗୁରୁଦିବସ ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସ୍ଥାନୀୟ ବାସନ୍ତୀ କଲ୍ୟାଣୀ ମଣ୍ଡପ ଠାରେ  ଅନୁଷ୍ଠିତ ହୋଇଥିଲା।ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଦୟାନିଧି ଗରଡାଙ୍କ ପରିଚାଳନା  ରେ ଆୟୋଜିତ  କାର୍ଯ୍ୟକ୍ରମରେ
ବ୍ଲକ ଶିକ୍ଷାଧିକାରୀ ରିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଏବିଇଓ ବିଭୁତି ଭୂଷଣ ଟାକ୍ରୀ,ରାଜ୍ୟ ଶିକ୍ଷକ ସଙ୍ଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ,ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ତ୍ରିନାଥ ହରିଜନ,ଜିଲ୍ଲା ଉପ ସଭାନେତ୍ରୀ ବୈଜୟନ୍ତ ମାଳା ଖସଲା,ବ୍ଲକ ଶିକ୍ଷକ ସଙ୍ଘ ସମ୍ପାଦକ ତ୍ରିନାଥ ମହାପାତ୍ର,ବରିଷ୍ଠ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ଥିଲେ।
କାର୍ଯ୍ୟକ୍ରମ ଆରମ୍ଭରୁ ଶ୍ରୀ ଜଗନ୍ନାଥ ଓ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣଙ୍କ ଫଟ ଚିତ୍ର ଆଗରେ ଧୂପ ଦ୍ୱୀପ ଦେଇ ପୂଜାର୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଅବସର ଗ୍ରହଣ କରିଥିବା ବାର ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ କର୍ମ ମୟ ଜୀବନ କିପରି କଟି ଥିଲା ଓ କେଉଁ ପରିସ୍ଥିତିରେ ସେମାନେ ଶିକ୍ଷକତା ଆରମ୍ଭ କରି ବର୍ତମାନ ଅବସର ଗ୍ରହଣ କଲେ ସେ ବିଷୟରେ କିଛି ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ଅବସର ଗ୍ରହଣ କରିଥିବା ୧୨ ଜଣଙ୍କ ମଧ୍ୟ ରୁ ଶିକ୍ଷକ ବିନୋଦ ବିହାରୀ ବିଶ୍ବାଳ, ଗୋବିନ୍ଦ ଚନ୍ଦ୍ର ଖସ୍ଲା, ତ୍ରିଶଙ୍କ ସୁବୁଦ୍ଧି , ଶିକ୍ଷୟିତ୍ରୀ ନମିତା କୁମାରୀ ଭତ୍ରା ଓ କୁମାରୀ ପାଇରାପୁ ଲକ୍ଷ୍ମୀଦେବୀ ଉପସ୍ଥିତ ରହିଥିବା ବେଳେ
ସେମାନଙ୍କୁ ଉପଢୌକନ, ମାନପତ୍ର,ସାଲ ଆଟେଜ,ଛତା ଭଳି ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।ଶିକ୍ଷକ ଏ.ରମେସ କୁମାର,ଶିକ୍ଷୟତ୍ରୀ କୁମୁଦିନୀ ଗରଡ଼ା ଓ ପୁଷ୍ପାଞ୍ଜଳି ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ପ୍ରମିଳା ଏକ୍କା, ପ୍ରିୟମ୍ବଦା ସାହୁ ଙ୍କ ସମେତ ଅନେକ ଶିକ୍ଷୟତ୍ରୀ ବିଭିନ୍ନ କ୍ଷେତ୍ର ରେ ସହଯୋଗ କରିଥିଲେ।ନାରାୟଣପାଟଣା ଶିକ୍ଷକ ସଙ୍ଘ ର ଅନେକ କର୍ମକର୍ତା ଯୋଗ ଦେଇଥିବା ବେଳେ ନାରାୟଣପାଟଣା ବ୍ଲକ ରୁ ଅବସର ଗ୍ରହଣ କରିଥିବା ଏବିଇଓ ପ୍ରଦୀପ ଲିମା ଓ ସୂର୍ଯ୍ୟ ନାରାୟଣ ପାଇରାପୁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ