Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସହିଦ୍ ଲକ୍ଷଣ ନାୟକ କ୍ଲବ୍ ପକ୍ଷରୁ ଗଣେଶଙ୍କ ଲଡୁ ନିଲାମ୍

ପଟ୍ଟାଙ୍ଗି୦୭/୦୯କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ତଥା ଗାଙ୍ଗମା ମନ୍ଦିର ନିକଟରେ ରହିଥିବା ସହିଦ୍ ଲକ୍ଷଣ ନାୟକ କ୍ଲବ୍ ପକ୍ଷରୁ ଗଣେଶଙ୍କ ଲଡୁ ନିଲାମ୍ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ବ୍ଲକ୍ ର ଅନେକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ଲଡୁ ନିଲାମ୍ ଡାକରା ଦେଇଥିଲେ । ଯେଉଁ ଥିରେ କି ସ୍ଥାନୀୟ ଯୁବ ବ୍ୟବସାୟ କିଶୋର ଚୈଉଧିରି କ୍ଲବ୍ ର ଲଡୁ ସବୁଠାରୁ ଅଧିକ ୨୧ ,୦୫୫/- ଟଙ୍କା ରେ ଡାକି ବିଜୟ ଲାଭ କରିଥିଲେ । ସୂଚନା ମୁତାବକ ଉକ୍ତ କ୍ଲବ୍ ପକ୍ଷରୁ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଗଣେଶ ପୂଜା ସମୟ ରୁ ୦୭ କିଲୋ ଓଜନର ଲଡୁ ୧୦ ଦିନଧରି ପୂଜା ପାଇ ଆସୁଥିଲା ।
ଯାହା କ୍ଲବ୍ ପକ୍ଷରୁ ଶୁକ୍ରବାର ନିଲାମ୍ କାର୍ଯ୍ୟକ୍ରମ ଆୟୋଜନ କରି ବିଳମ୍ବିତ ରାତି ଯାଏଁ ନିଲାମ୍ ଡାକରା ଚାଲିଥିଲା । ଉକ୍ତ ନିଲାମ୍ କାର୍ଯ୍ୟକ୍ରମ ରେ ପ୍ରାଭାକର ରାଓ ପ୍ରଥମେ ୧୧୧୧/- ଟଙ୍କା ଡାକରା ଦେଇଥିଲେ । ଏହି ସମୟରେ ନିଲାମ୍ କାର୍ଯ୍ୟକ୍ରମ ରେ , ଅର୍ଜୁନ ଖରା , ଆଲୋକ ମହାନ୍ତି , ଅନୁପ ଚୈଉଧିରି , ସରୋଜ ଚୈଉଧିରି , ବାବୁଲି ବଡେଇ , ସନ୍ତୋଷ ନାୟକ ଓ ସୁରୋଜ ଚୈଉଧିରି , ମୁରଲୀ ଚୈଉଧିରି ପରି ଅନେକ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରି ନିଜର ଡାକରା ଦେଇ ଲଡୁ ର ଦାମ କୁ ବଢାଇ ଶେଷରେ କିଶୋର ଚୈଉଧିରି ୨୧ , ୦୫୫/- ଟଙ୍କା ରେ ଡାକି ବିଜୟ ହାସଲ କରିଥିଲେ । ଏହି ସମୟରେ କ୍ଲବ୍ ର ଉମେଲ ଜଗା , ଚତୈନ୍ୟ ଖରା , ବଳରାମ ହନ୍ତାଳ , ସନ୍ତୋଷ ହନ୍ତାଳ , ଫୁଲ ବନ୍ଦୁ , ମିଟୁ ପଇ ଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ନିଲାମ୍ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନା ଥାଉକି ହୋଇ ଥିବା ନିଲାମ୍ ଲଡୁ କୁ ଶନିବାର ଗଣେଶ ପୂଜା ମଣ୍ଡପରୁ ମୁଣ୍ଡରେ ମୁଣ୍ଡାଇ କିଶୋର ଚୈଉଧିରି ଙ୍କ ଧର୍ମପତ୍ନୀ ନିଜ ଘରକୁ ଆଣିଥିଲେ । ଏହି ସମୟରେ ଅପେକ୍ଷା ରତ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ , ସାଙ୍ଗସାଥି କିଶୋର ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।