Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ର ସୃଜନ ସଂଗଠନ କାର୍ଯ୍ୟକ୍ରମ…ନେତା ନୁହେଁ କର୍ମୀ ବାଛିବେ ଜିଲ୍ଲା ସଭାପତି.

ଲକ୍ଷ୍ମୀପୁର ୦୭/୦୯…ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଲକ୍ଷ୍ମୀପୁର ନିର୍ଵାଚନ ମଣ୍ଡଳ ସ୍ତରୀୟ କଂଗ୍ରେସ ର ସୃଜନଶିଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକ ପବିତ୍ର ସାଉଁତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ମୁଖ୍ୟ ପର୍ଯ୍ୟବେକ୍ଷକ ଗଣେଶ ଯାଦବ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଶଙ୍କର ଜିଲ୍ଲାକାରା, ପର୍ଶୁରାମ ଭକ୍ତ,ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ କୃଷ୍ଣଚନ୍ଦ୍ର ସଗରିଆ,ପିସିସି ସମ୍ପାଦକ ରୂପକ ତୁରୁକ,ବରିଷ୍ଠ ନେତା ବାବୁଲା ବେନିଆ
ସୁକାନ୍ତ ପଟ୍ଟନାୟକ, ସାଂସଦ ପ୍ରତିନିଧି କୈଳାଶ ଖୋସଲା, ବନ୍ଧୁଗଁ ବ୍ଲକ ସଭାପତି ଡି ଏଙ୍କେଟି, ,, ଯୁବ ସଭାପତି ମଣ୍ଟି ଖରା.. ନାରାୟଣ ପାଟଣା ଜିଲ୍ଲା ପରିଷଦ ସଭ୍ୟ ରମ୍ଭା ସିରିକା,ଲଳିତା ଯାନୀ.. ଲକ୍ଷ୍ମୀପୁର ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା..ସାଂସଦ ପ୍ରତିନିଧି ଲକ୍ଷ୍ମଣ ବାଗ   ପ୍ରମୁଖ ଯୋଗ ଦେଇଥିଲେ.. ସମସ୍ତ ନେତା ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଚାରୋଟି ବ୍ଲକ ର ୫୧ ଟି ଜିପି ର ଗ୍ରାମ ପଞ୍ଚାୟତ ସଭାପତି ମାନଙ୍କ ସହ କର୍ମୀ ମାନେ ଯୋଗ ଦେଇଥିଲେ।ଜିଲ୍ଲା ସଭାପତି ପଦବୀ ଖାଲି ଥିବା କାରଣରୁ ସଙ୍ଘଠନ ଆଗକୁ ବଢ଼ି ପାରୁନି, ବର୍ତ୍ତମାନ ସୃଜନ ସଂଘଠନ ଦ୍ୱାରା କର୍ମୀ ବାଛିବେ ଜିଲ୍ଲାର ଜିଲ୍ଲା ସଭାପତି , ପୁରୁଣା ଟ୍ରେଣ୍ଡ ଆଉ ନାହିଁ… ବିଜେଡ଼ି ଶାସନ ରେ ଲକ୍ଷ୍ମୀପୁର ବ୍ଲକ ର ପାଦ ମାଡି ମାରୁନଥିଲେ କର୍ମୀ ଏବେ ପରିସ୍ଥିତି ବଦଳିଛି ବୋଲି କହିଲେ ବିଧାୟକ ପବିତ୍ର ସାଉଁତା….
କଂଗ୍ରେସ କୋରାପୁଟ ରେ ମଜବୁତ ଥିଲା ଓ ଆଗକୁ ମଧ୍ୟ ରହିବ ବୋଲି ପର୍ଯ୍ୟବେକ୍ଷକ ଗଣେଶ ଯାଦବ କହିଛନ୍ତି।..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ