Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ତାରିଖରେ ନୁହେଁ ୧୨ ରେ ହେବ ସମାବେଶ..ରାଜ୍ୟପାଳ ଙ୍କ ଗସ୍ତ ସକାଶେ ବାତିଲ…

ଲକ୍ଷ୍ମୀପୁର ୦୭/୦୯ …. ରାଜ୍ୟ ସରକାର ଙ୍କ ବିରୋଧରେ ଗର୍ଜିବେ ସର୍ବ ଦଳୀୟ ନେତା ଓ ଅଞ୍ଚଳ ବାସି…ମୁଖ୍ୟ ମନ୍ତ୍ରୀ କୋରାପୁଟ ଗସ୍ତ ଅବସରରେ  କଡୀଙ୍ଗା ମାଳି ର ଖଣି ଯେଉଁ ୩ ମିଲିଆନ ଟନ ରୁ ୬ ମିଲିଆନ ଟନ କୁ ବୃଦ୍ଧି କରିବା ସକାଶେ କୁଆଡେ ପ୍ରକ୍ରିୟା ଚାଲୁଥିବା କୁହାଯିବା ପରେ ଏକତ୍ରିତ ହୋଇଛନ୍ତି ଅଂଚଳ ର ସର୍ବଦଳୀୟ ନେତା… ଏନେଇ ଦୁଇ ଦିନ ତଳେ ରାୟଗଡା ଓ କୋରାପୁଟ ଜିଲ୍ଲାପାଳ ଙ୍କୁ ୧୦ ତାରିଖ ଦିନ ସମସ୍ତ ଦଳ ର ନେତା ଓ ଅଂଚଳ ବାସି ପହଂଚି ଦାବୀ ପତ୍ର  ପ୍ରଦାନ କରିଥିଲେ, କିନ୍ତୁ ରାଜ୍ୟ ପାଳ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ପୋଲିସ ମନା କରିବା କାରଣରୁ ୧୦ ତାରିଖ ବଦଳରେ ୧୨ ତାରିଖରେ ସମାବେଶ କରାଯାଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ଦିଆଯିବ ବୋଲି କହିଛନ୍ତି। ଏନେଇଁ ଆଜି ବିଧାୟକ ପବିତ୍ର ସାଉଁତା, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ  କୈଳାଶ କୁଲେସିକା ଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ… କାରଖାନା ନାହିଁତ ଖଣି ନାହିଁ ବୋଲି ନେତା ମାନେ ପ୍ରକାଶ କରିଥିବା ବେଳେ ଖୁଲମ ଖୁଲା ଭାବେ ଶ୍ରୀ କୁଲେସିକା କହିଥିଲେ ଭିତିରିଆ ସାଲାସୁତୁରା ନା ହୋଈଆଗେ ମାଟି ପାଇଁ ନେତା ଲଗାନ୍ତୁ ପରେ ପାର୍ଟି ପାଇଁ ଲାଗିବେ ବୋଲି କହିଥିଲେ। ସିଙ୍ଗା ରାମ ଘଟଣା ର ପୁନରାବୃତ୍ତି ଯେପରି ନହୁଏ ବୋଲି ସତର୍କ କରାଇଥିଲେ। ବିଧାୟକ ସାଉଁତା ଓ ଅନେକ ନେତା କାରଖାନା ପାଇଁ କହିଥିଲେ ବର୍ତ୍ତମାନ ଠାରୁ ୩ ମିଲିଆନ ଟନ ଖନନ  ମଧ୍ୟ ବନ୍ଦ କରାଯାଉ ବୋଲି କହିଥିଲେ।କିଛି ନେତା ଙ୍କ ର ଆନ୍ତରିକତା ନଥିବା ସତ୍ୱେ ଆସୁଛନ୍ତି ବୋଲି ଅଞ୍ଚଳ ର ଅନେକ ଲୋକ ପ୍ରକାଶ କରୁଥିବା ବେଳେ  ଭିତିରିଆ କାରବାର ଯୋଗୁଁ ଅଂଚଳ ରେ ଅଶାନ୍ତ ବଢୁଥିବା କହିଥିଲେ। କୋଡୀଙ୍ଗା ମାଳି ସୁରକ୍ଷା  ମଞ୍ଚ ଆବାହକ ପ୍ରଦୀପ ବାଘ ବିଳମ୍ବ ରେ ହେଲେ ମଧ୍ୟ ନେତା ଙ୍କୁ ଚେତା ପଶିଛି ଓ ଅଂଚଳ ରେ ହେବାକୁ ଥିବା କାରଖାନା ପ୍ରତି ପ୍ରୀତି ବଢ଼ି ଥିବାରୁ ସାଧୁବାଦ ଦେଇଛନ୍ତି।ଆଗକୁ ଏହି ସମାବେଶ କେଉଁ ମୁହଁ ଆଡକୁ ଯାଉଛି ତାହାହିଁ ସମସ୍ତେ ଦେଖିବାକୁ ଅପେକ୍ଷା….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ