Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ଜନ ପ୍ରତିନିଧିଙ୍କ ଦାୟିତ୍ୱ ଓ କ୍ଷମତା କର୍ମଶାଳା

ତରଭା: ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ତରଭା ବ୍ଲକ ଦୁବୁଲା ପଞ୍ଚାୟତ ସଭାଗୃହ ଠାରେ ମହିଳା ପ୍ରତିନିଧିଙ୍କ ଦାୟୀତ୍ଵ ଓ କ୍ଷମତା ଉପରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଦି ହଙ୍ଗର ପ୍ରୋଜେକ୍ଟ ଫିଲଡ଼ ଟ୍ରେନର ଗୁଣନିଧି ମାଝୀ ସ୍ୱାଗତ ଓ ପରିଚୟ ପ୍ରଦାନ କରି ଗ୍ରାମପଞ୍ଚାୟତର ମୌଳିକ ତଥା ଗ୍ରାମପଞ୍ଚାୟତ କାର୍ଯ୍ୟ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ l ଏଥିରେ ପି.ଇ.ଓ ହିମାଞ୍ଚଳ ଥନାପତି ଓ ତାଲିମ ପ୍ରଶିକ୍ଷକ ଭାବେ ବ୍ରହ୍ମାନନ୍ଦ ସାହୁ ଶିବିରାର୍ଥି ମାନଙ୍କୁ ପଞ୍ଚାୟତ ବୈଠକ, ଆୟ, ବ୍ୟାୟ, ମନରେଗା ଯୋଜନା ଗ୍ରାମସଭା, ପଲ୍ଲୀସଭା, ପଞ୍ଚାୟତର ଦାୟିତ୍ୱ ଓ କର୍ତ୍ତବ୍ୟ କିପରି ନିର୍ବାହ କରିବେ ,ସରକାରଙ୍କ ବିଭିନ୍ନ ଯୋଜନାକୁ କିଭଳି ସଫଳ ରୁପାୟନ କରି ଗ୍ରାମବାସୀଙ୍କ ଉପକାର କରିପାରିବେ ଏହା ବ୍ୟତୀତ ପଞ୍ଚାୟତରେ ଥିବା ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କ ଯୋଜନା କିପରୀ ଜନ ସାଧରଣଙ୍କୁ ସୁଫଳ ମିଳବ ତାହାର ତଦାରଖ କରିବେ ଓ ବିଭିନ୍ନ କମିଟି ଉପରେ ତାଲିମ ପ୍ରଦାନ କରିଥିଲେ l ଏହି ଦୁଇ ଦିନିଆ ତାଲିମ ଶିବିରରେ ସରଗଜ, ତୁଲୁଣ୍ଡା, କମସରା ଓ ଦୁବୁଲା ଗ୍ରାମପଞ୍ଚାୟତର ନିର୍ବାଚିତ ମହିଳା ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ଼ ମେମ୍ବର ମାନେ ଅଂଶ ଗ୍ରହଣ କରି ତାଲିମ ନେଇଥିଲେl ଫିଲ୍ଡ ଆସୋସିଏଟ ଧନୁର୍ଦ୍ଧର ନାଏକ ସହଯୋଗ କରିଥିବା ବେଳେ ୱାର୍ଡ଼ ମେମ୍ବର ପଙ୍କଜିନି ସୁନା ଧନ୍ୟବାଦ ଅର୍ପଣ କରିଥିଲେ।