Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା…୯ଜଣ ପୁରୁଷଙ୍କ ସମେତ ୩ ମହିଳା କୋର୍ଟ୍ ଚାଲାଣ୍।

ଲକ୍ଷ୍ମୀପୁର ୧୭।୦୫ : ଗତ ମାର୍ଚ ମାସ ୨୨ ତାରିଖରେ ଗୁଣିଗାରିଡି ସନ୍ଦେହରେ ଜଣେ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।ଅଭିଯୋଗ ପରେ ଆକ୍ରମଣକାରି ମାନେ ଫେରାର ଥିବା ବେଳେ ଗତ କାଲି ସେମାନଙ୍କୁ କାକିରିଗୁମା ପୋଲିସ ଗିରଫ କରି କୋର୍ଟ୍ ଚାଲାଣ କରିଥିବା ଥାନା ଅଧିକାରି ଦାମୋଦର ବିହାରି ସୂଚନା ପ୍ରଦାନ କରିଛନ୍ତି।ଗିରଫଙ୍କ ମଧ୍ୟରେ ନଅ ଜଣ ପୁରୁଷ ଓ ତିନି ଜଣ ମହିଳା ସମ୍ପୃକ୍ତ ଥିବା ଜଣା ପଡିଛି।କାକିରିଗୁମା ପୋଲିସ ର ସୂଚନା ମୁତାବକ କାକିରିଗୁମା ଥାନା ଅଧିନସ୍ଥ ବିରାଗୁଡା ଗ୍ରାମରେ ଗତ କିଛି ମାସ ତଳେ ଗାଁର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।ହେଲେ ଗାଁ ଲୋକେ ଗାଁ ର ବାମୁଣି ଜାନି(୫୫) ଗୁଣି କରି ମାରି ଦେଇଥିବା ସନ୍ଦେହ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ସେଗୁରୁତ୍ବର ହେବାରୁ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଜାଇଥିଲା।ପରେ ଅବସ୍ତା ସଂଙ୍କଟାପନ୍ନ ହେବାରୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ କୁ ସ୍ଥାନାନ୍ତର କରାଜାଇଥିଲା।ଏନେଇ ତାଙ୍କ ପୁଅ କାକିରିଗୁମା ଥାନାରେ ୨୫ ତାରିଖରେ ଲିଖିତ ଅଭିଯୋଗ କରିଥିଲା ବେଳେ ଆକ୍ରମଣକାରି ମାନେ ସମସ୍ତେ ଫେରାର ହୋଇ ଜାଇଥିଲେ।ଆକ୍ରମଣରେ ସାମିଲ ଥିବା କେତନ ମୁଦୁଲି,ତ୍ରିନାଥ ଦାମି ଚନ୍ଦ୍ର ମୁଦୁଲି,ସିଙ୍ଘ ଦାମି,ଭକ୍ତ ଜାନି,ପ୍ରକାସ ଜାନି,ଭାଗିରଥି ନାୟକ,ମେଘ ଜାନି,ଲେଲି ଜାନି,କାନ୍ଦ୍ରି ଦାମି,ଚୁର୍କି ଜାନି,ଧବେନ ମୁଦୁଲିଙ୍କୁ ଗତ କାଲି ପୋଲସ ଗିରଫ କରିଥିଲା।ଅଧିକ ପଚରା ଉଚରା କରିବା ପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଜାଇଛି।ସରକାର ଙ୍କ ତରଫରୁ ବିଭିନ୍ନ ବିଭାଗ ତରଫରୁ ଗୁଣିଗାରେଡି କୁ ନେଇଁ ଅନେକ ସଚେତନ କରାଯାଉଥିଲେ ମଧ୍ୟ କୋରାପୁଟ ଭଳି ପଛୁଆ ଜିଲ୍ଲାରେ କିନ୍ତୁ ସଚେତନତା କୌଣସି ପ୍ରଭାବ ପଡୁନଥିବା ଖୁଲମଖୁଲା ଭାବେ ଜଣାପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ