Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରପ୍ତାନିର ମୌଳିକ ପଦ୍ଧତି ଉପରେ ସଚେତନତା ସହ ଚୁକ୍ତିପତ୍ର ସ୍ଵାକ୍ଷର

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନୂତନ ସମ୍ମିଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଏକ ସ୍ୱତନ୍ତ୍ର ବକୃତା ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶା ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବିଭୁତି ଭୂଷଣ ଦାଶ, ବିଶ୍ଵ ବାଣିଜ୍ୟ କେନ୍ଦ୍ରର ଭୁବନେଶ୍ୱର ଶାଖାର ନିର୍ଦେଶକ ରାଜେନ ପାଢ଼ୀ, ସହକାରୀ ନିର୍ଦ୍ଦେଶିକା ନିମେଶିକା ନଟରାଜନ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ମଞ୍ଚାସିନ ରହି ବିଶ୍ଵ ବାଣିଜ୍ୟ କ୍ଷେତ୍ରରେ ରପ୍ତାନିର ମୌଳିକ ପଦ୍ଧତି ଉପରେ ନିଜ ନିଜ ମତ ରଖିଥିଲେ l ଏହି ଅବସରରେ ବିଶ୍ଵ ବାଣିଜ୍ୟ କେନ୍ଦ୍ର ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା lଚୁକ୍ତିନାମା ୫ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଥିବା ବେଳେ ଛାତ୍ର, ଛାତ୍ରୀ, ଗବେଷକ, ଗବେଷିକାଙ୍କ ଦକ୍ଷତା ବିକାଶ ପାଇଁ ଅଧିକ ଜ୍ଞାନ କୌଶଳ ଆରୋହଣ କରି ପାରିବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l ଆଇକ୍ୟୁଏସି ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପାତ୍ର, ସହକାରୀ ନିର୍ଦେଶକ ଡ଼. ଲକ୍ଷ୍ମୀଧର ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଇତିହାସ ବିଭାଗର ଅଧ୍ୟାପକ ଡ଼.ସଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅର୍ଥନୀତି ବିଜ୍ଞାନ ବିଭାଗ, ବାଣିଜ୍ୟ ବିଭାଗ, ଏମ. ବି. ଏ ବିଭାଗ, ଆଇ ଆର ଏଣ୍ଡ ପି ଏମ ବିଭାଗର ବହୁ ଛାତ୍ର ଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଦାଇତ୍ୱ ଗ୍ରହଣ ପରେ ଆଇଜର ବ୍ରହ୍ମପୁର, ଆଇ ଟି ଆଇ ବ୍ରହ୍ମପୁର, ଆଇ ଏମ ଏମ ଟି ଭୁବନେଶ୍ୱର, ବି ସି କେ ଆଇ ସି ଭୁବନେଶ୍ୱର, ଝାଡ଼ଖଣ୍ତ ବିଶ୍ୱବିଦ୍ୟାଳୟ, ସି ୱାଇ ଏସ ଡ଼ି ଭୁବନେଶ୍ୱର, ସି ଟି ୟୁ ଏ ପି ଆନ୍ଦ୍ର ପ୍ରଦେଶ, ଆଇ ଆଇ ଟି ଟି ଏମ ଭୁବନେଶ୍ୱର ସହ ବିଭିନ୍ନ ସମୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇ ପାରିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories